ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ!

ନବରଙ୍ଗପୁର : ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଞ୍ଚଳର ମୂର୍ତ୍ତୁମା ଗାଁର ଯୁବତୀ ଜଣେ ଯୁବକଙ୍କ ସହ ମିଶି ଗାଁ ମୁଣ୍ଡ ଏକ ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଗଛ ମୂଳରୁ କିଛି କେକ୍, ୩ଟି କୀଟନାଶକ ବୋତଲ, ଯୁବତୀଙ୍କ ଚପଲ ସହ ଏକ ସାଇକେଲ ଦେଖିବାକୁ ମିଳିଛି । ତେବେ ଯୁବତୀଙ୍କ ବାହାଘରକୁ ଆଉ ମାତ୍ର ୧୦ ଦିନ ବାକି ରହିଥିବା ବେଳେ ଯୁବତୀ ନିଜ ପ୍ରେମିକ ସହ ମିଶି ଆତ୍ମହତ୍ୟା କରିଛନ୍ତି ।