ଆଜି ସନ୍ଧ୍ୟା ସୁଦ୍ଧା ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ : ପିସିସି କାର୍ଯ୍ୟକାରୀ ସଭାପତି
- ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେନି
ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାଥି ଘୋଷଣା କରିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି । ପ୍ଲାନ ‘ଏ’ ଆମର ଫେଲ ମାରିଛି ବର୍ତ୍ତମାନ ଆମେ ପ୍ଲାନ ‘ବି’ରେ କାର୍ଯ୍ୟ କରୁଛୁ । ସ୍ବର୍ଗତ ମଙ୍ଗରାଜଙ୍କ ପରିବାର ଲୋକ ପ୍ରାର୍ଥୀ ହେବା ପାଇଁ ମନା କରିବାରୁ ପ୍ଲାନ ‘ଏ’ ଫେଲ ମାରିଛି । ଅନ୍ୟ ଦୁଇ ତିନି ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ବି କିଛି ଆଶାୟୀ ପ୍ରାର୍ଥୀ ବି ଥିଲେ । ସବୁ ଦିଗକୁ ଦେଖି ବିଚାର କରି ନିଷ୍ପତ୍ତି ନିଆଯିବ ।
ସୂଚନା ଯେ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେଥିଲାଗି ପରିବାରରୁ କେହି ପ୍ରାର୍ଥୀ ହେବାକୁ ଇଚ୍ଛୁକ ନାହାନ୍ତି ।