ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍
ନୂଆଦିଲ୍ଲୀ: ଜାନୁଆରି ୩୧ ଆରମ୍ଭ ହେବେ ସଂସଦ ବଜେଟ ଅଧିବେଶନ । ସେହି ଦିନ ‘ଅର୍ଥନୈତିକ ସର୍ବେକ୍ଷଣ’ ରପୋର୍ଟ ଉପସ୍ଥାପନ ହେବ । ଫେବ୍ରୁଆରୀ ୧ରେ ଉପସ୍ଥାପିତ ହେବ ସାଧାରଣ ବଜେଟ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୪ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ ।
ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଅର୍ଥନୈତିକ ସର୍ବେକ୍ଷଣ’ ରପୋର୍ଟ ଉପସ୍ଥାପନ କରିବେ । ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ ।