ସମୁଦ୍ରକୂଳରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

କୋଣାର୍କ : ଅଜଣା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଉଲଗ୍ନ ଅବସ୍ଥାରେ ଭାସୁଥିବାରେ ଦେଖିବାକୁ ମିଳିଛି । କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନାରୁ ୧୦୦ମିଟର ଦୂରରେ ଥିବା ସମୁଦ୍ରକୂଳରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନା ଯେ, ରବିବାର ଦିନ ସମୁଦ୍ର କୂଳରେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ନିକଟସ୍ଥ ପୋଲିସ ଥାନାକୁ ଜଣାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ବୟସ ପ୍ରାୟ ୩୦ରୁ ୩୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ବିବାହିତା ବୋଲି ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନଥିଲେ ପୋଲିସ ଛାନ୍ଭିନ୍ ଜାରି ରଖିଛି । ତେବେ ମହିଳାଙ୍କୁ ହତ୍ୟା କରାଯାଇଛି ନା କୌଣସି ପ୍ରକାର ଅଘଟଣ ଘଟିଛି । ତାହା ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା ରଖିଛନ୍ତି ।