ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ
ଢେଙ୍କାନାଳ : ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଅକ୍ସିଜେନ ନିଅଣ୍ଟ ଏବେ ସମସ୍ୟା ସୃଷ୍ଟି କରିଛି । ଏପରି ଜଟିଳ ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା । କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଉଦେଶ୍ୟରେ ପଠାଇଥିବା ଜଣାପଡିଛି ।
ସେହିପରି ଶନିବାର ତେଲେଙ୍ଗାନା ରାଜ୍ୟକୁ ଏହି କାରଖାନା ପକ୍ଷରୁ ୧୮୫ ଟନ ଲିକ୍ୟୁଡ଼ ମେଡ଼ିକାଲ ଅକ୍ସିଜେନ ୧୦ଟି ଟ୍ୟାଙ୍କର ଯୋଗେ ପଠାଇଥିବା ଜଣାପଡିଛି । ଅପରପକ୍ଷରେ ରାଜ୍ୟରେ କୋଭିଡ ପରି ମହାମାରୀ ରୋକିବାକୁ ଚାଲିଥିବା ସଂଗ୍ରାମରେ ଟାଟା ଷ୍ଟିଲ ବିଏସଏଲ ନିଜକୁ ସାମିଲ କରିଛି । ଅକ୍ସିଜେନ ଲାଇନ କାହାର ପ୍ରାଣ ହାନି ନହେଉ ଏଥିପ୍ରତି ଟାଟା ଷ୍ଟିଲ ଯଥା ସମ୍ଭବ ଅକ୍ସିଜେନ ଯୋଗାଇବାର ପ୍ରୟାସ ଜାରିରଖିଛି । ରାଜ୍ୟର ଡାକ୍ତରଖାନା ଓ ଅନ୍ୟରାଜ୍ୟକୁ ମଧ୍ୟ ଆହୁରି ଅକ୍ସିଜେନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିବା ଟାଟା ଷ୍ଟିଲ ବିଏସଏଲ୍ କରପୋର୍ଟ କମୁନିକେସନ ପରିଚାଳକ ଶ୍ରୁଭ୍ରାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି ।