ଦଶପଲ୍ଲା ବାର୍ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ
ଦଶପଲ୍ଲା : ଦଶପଲ୍ଲା ବାର୍ ର ନୂତନ କର୍ମକର୍ତ୍ତା ମାନେ ବୁଧବାର ଦିନ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି l ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସିଜିଏମ୍ ପ୍ରଜ୍ଞା ପରମିତା ମହାପାତ୍ର, ଜେ ଏମ୍ ଏଫ୍ ସି ସୌମ୍ଯ ରଂଜନ ପୃଷ୍ଟି, ତହସିଲଦାର ଶ୍ରୀକୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ l ଇତ୍ୟବସରରେ ସଭାପତି ପ୍ରହଲ୍ଲାଦ ସାହୁ, ସମ୍ପାଦକ ବିରଞ୍ଚି ପ୍ରସାଦ ସାହୁ, ସହ ସମ୍ପାଦକ ଚିତ୍ତ ରଞ୍ଜନ ମହାପାତ୍ର, ଲାଇବ୍ରେରୀଆନ୍ ବ୍ରଜେନ୍ଦ୍ର କୁମାର ବେହେରା, କୋଷାଧକ୍ଷ ଲଗ୍ନଜିତ୍ ମିଶ୍ର ,କାର୍ଯ୍ୟକାରୀ କମିଟି ସଭ୍ଯ ହାଡିବନ୍ଧୁ ସାହୁ ଓ ମନୋରଞ୍ଜନ ମିଶ୍ର ପ୍ରମୁଖ ଶପଥ ଗ୍ରହଣ କରିଥିଲେ l ଆଗାମୀ ଦିନରେ ବାର୍ ର ସାମୁହିକ ପ୍ରଗତି ଓ ଶୃଙ୍ଗଳିତ କାର୍ଯ୍ୟଧାରା ପାଇଁ ସମ୍ମିଳିତ ହୋଇ କାର୍ଯ୍ୟ କରିବା ନିମନ୍ତେ ସମସ୍ତେ ନିଜ ନିଜର ଅଙ୍ଗୀକାରବଦ୍ଧତା ପ୍ରତିପାଦନ କରିଥିଲେ I