ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
କଟକ : କଟକ ଜଗତପୁର ଖଇରା ଗାଁରେ ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଦମ୍ପତି ହେଲେ କଳ୍ପତରୁ ରାଉତ ଓ ଗୁଣ୍ଡୁରୀ ରାଉତ। ସେମାନଙ୍କୁ ହତ୍ୟା ନା ଆତ୍ମହତ୍ୟା କରିଛନ୍ତି । ତାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଯେ, ଉଭୟ ସ୍ବାମୀ-ସ୍ତ୍ରୀ ଘରେ ଏକୁଟିଆ ରହୁଥିଲେ। ଏମାନଙ୍କର ଏକାକାଳୀନ କିଭଳି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି l ତେବେ ଦମ୍ପତିଙ୍କ ମୃତ୍ୟୁ ପରେ ଗାଁର କିଛି ଲୋକ ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେଉଥିବା ଵେଳେ, ପୋଲିସ ଶବକୁ ଜଵତ କରି ଵ୍ୟଵଚ୍ଛେଦ ପାଇଁ ପଠାଇଛି। ସେମାନଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ମୃତକଙ୍କ ବିବାହିତା ଝିଅ ସଂଯୁକ୍ତା କରଣ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।