ସୋପିଆନରେ ସୁରକ୍ଷାକର୍ମୀଙ୍କୁ ସଫଳତା : ୩ ଆତଙ୍କବାଦୀ ମୃତ, ଜଣେ ଆତ୍ମସମର୍ପଣ
ଜାମ୍ମୁ : ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାର କାନିଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ଗୁରୁବାର ଭୋର ସମୟରେ ସୁରକ୍ଷାବାହିନୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣଙ୍କ ହେଲେ ତୌସିଫ ଅହମଦ । ଏମାନେ ସମସ୍ତେ ଅଲ-ବଦର ଆତଙ୍କବାଦୀ ସଂଗଠନର ନୂତନ ଭାବେ ନିଯୁକ୍ତ ହୋଇଥିଲେ ।
Jammu and Kashmir: Encounter started between terrorists and security forces at Kanigam area of Shopian district of South Kashmir. More details awaited
— ANI (@ANI) May 5, 2021
4 newly recruited local terrorists of Al-Badr terror outfit trapped in Kanigam area of Shopian. Exercising maximum restraint, Police and security forces are trying their best to persuade them to surrender: JK Police
— ANI (@ANI) May 5, 2021
ସୂଚନା ଯେ, ସୋପିଆନ୍ କାନିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିଥିଲା । ଯାହା ପରେ ଏହି ଅଞ୍ଚଳଟି ପୂରା କର୍ଡନ କରିଥିଲେ ଭାରତୀୟ ସେନା । ଏହା ଜାଣିବା ପରେ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଗୁଳିବିନିମୟ । ତେବେ ପାଲଟା ଜବାବ ଦେଇଥିଲେ ଭରାତୀୟ ସେନା । ଫଳରେ ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ । ଏନକାଉଣ୍ଟର ସମୟରେ ପର୍ଥମେ ପ୍ରଥମେ ଏମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଥିଲା ଭାରତୀୟ ସେନା । ହେଲେ ସେନା କଥାରେ ରାଜି ହୋଇନଥିଲେ ଆତଙ୍କୀ । ଫଳରେ ଫଳରେ ବାଧ୍ୟହୋଇ ୩ ଜଣଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ ଯବାନମାନେ । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ମଙ୍ଗଳବାର ଏଠାରେ ଭାରତୀୟ ସେନା ଗୁଳିରେ ଟଳିଥିଲେ ୩ ଆତଙ୍କବାଦୀ ।