ଆଜି ସୁପ୍ରିମକୋର୍ଟରେ ସୁବ୍ରତ ରାୟଙ୍କ ଆଗୁଆ ଜାମିନ ମାମଲାର ଶୁଣାଣୀ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବୁଧବାର ସାହାରା ପ୍ରମୁଖ ସୁବ୍ରତ ରାୟଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣୀ କରି ପାଟଣା ହାଇକୋର୍ଟର ରାୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ୍ ଏଏମ୍ ଖାନବିଳକରଙ୍କ ଅଧ୍ୟକ୍ଷତା ବେଂଚ କହିଛନ୍ତି ଯେ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣୀ କରି ନିମେଶନକଙ୍କ ପଇସା ଫେରାଇବାର ଯୋଜନା କହିବାର ଆଦେଶ ଦେବାର କୌଣସି କାରଣ ନାହିଁ । ଏହି ମାମଲାରେ ଆସନ୍ତା ଶୁଣାଣୀ ଗୁରୁବାର ହେବ ।