ଲକ୍ଷ୍ମୀ ଯୋଜନାକୁ ବିରୋଧ, ୧୦ରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ

ଭୁବନେଶ୍ୱର : ଲକ୍ଷ୍ମୀ ଯୋଜନାକୁ ବିରୋଧ। ଆସନ୍ତା ଅକ୍ଟୋବର ୧୦ରେ ରାଜ୍ୟବ୍ୟାପି ବସ୍ ଧର୍ମଘଟ। ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି।
ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍କୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍ରୁ ଜିଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ। ଫଳରେ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।
ସୂଚନା ଯେ, ଆସନ୍ତା ଅକ୍ଟୋବର ୨ରେ ଶୁଭାରମ୍ଭ ହେବ ମୋ ଲକ୍ଷ୍ମୀ ଯୋଜନା। ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲା । ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ।