ସ୍ପୁଟନିକ୍ ଲାଇଟ୍କୁ ଭାରତରେ ମଞ୍ଜୁରୀ

ନୂଆଦିଲ୍ଲୀ : କରୋନା ସଙ୍କଟ ଏବଂ ଭ୍ୟାକସିନ୍ ସମସ୍ୟା ମଧ୍ୟରେ ଋଷର ସିଙ୍ଗଲ୍ ଡୋଜ୍ ଭ୍ୟାକସିନ୍ ସ୍ପୁଟନିକ୍-ଭି ଲାଇଟ୍କୁ ମଞ୍ଜୁରୀ ଦେଇଛି ଭାରତ । ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡିସିଜିଆଇ। ଏହି ପ୍ରକ୍ରିୟାରେ ଏବେ କରୋନା ଟିକାକରଣ ଅଭିଯାନ ଆହୁରି ଗତିଶୀଳ ହୋଇପାରିବ ।
ସୂଚନା ଯେ, ଗତ ଜାନୁଆରୀ ମାସରେ ସ୍ପୁଟନିକ୍-ଭି ଲାଇଟ୍ର ମାନବ ପରୀକ୍ଷଣ କରିଥିଲା ଋଷ । ସ୍ଫୁଟନିକ୍-ଭି ଲାଇଟ୍ ହେଉଛି ଋଷ ନିର୍ମିତ ଚତୁର୍ଥ ଟିକା ଯାହାକୁକି ଦେଶରେ ମଞ୍ଜୁରୀ ଦିଆଯାଇଛି । ସ୍ପୁଟନିକ୍-ଭି ଲାଇଟ୍ ଭ୍ୟାକସିନ୍ ସମସ୍ତ ପ୍ରକାର ନୂଆ ଭାରିୟାଣ୍ଟକୁ ପ୍ରତିହତ କରିବାର କ୍ଷମତା ରଖିଛି । ଏ ନେଇ ସୂଚନା ଦେଇଛି ଆରଡିଆଇଏଫ । ଯେଉଁ ଦେଶରେ କରୋନା ସଂକ୍ରମଣ ଅଧିକ ସେଠାକାର ଲୋକମାନଙ୍କ ଜରୁରୀ ପରିସ୍ଥିତିରେ ଏହା ବେଶ ସହାୟକ ହେବ ବୋଲି ଆରଡିଆଇଏଫ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ସ୍ଫୁଟନିକ୍-ଭି ଲାଇଟ୍ ହେଉଛି ଗୋଟିଏ ହିଁ ଡୋଜ୍ । ଅନ୍ୟ ଭ୍ୟାକସିନ ଭଳି ଏହାର ୨ଟି ଡୋଜ ନେବାକୁ ପଡିବନି