ଆଜିଠୁ ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ
![](https://thetruths.in/wp-content/uploads/2021/04/39b94cfe-bc87-4557-913c-6bc1fb685709.jpg)
ଭୁବନେଶ୍ୱର : ଆଜିଠୁ ହାଇଦ୍ରାବାଦ ଓ ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ହାଇଦ୍ରାବାଦ-ହାୱଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬ରୁ ୩୦ ତାରିଖ ମଧ୍ୟରେ ପ୍ରତିଦିନ ସକାଳ ୮ଟାରେ ହାଇଦ୍ରାବାରୁ ଛାଡ଼ିବ । ପରଦିନ ଅପରାହ୍ନ ୨ଟା ୪୦ରେ ହାୱଡ଼ାରେ ପହଞ୍ଚିବ । ଫେରିବା ବେଳେ ହାୱଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ଚଳିତ ମାସ ୧୮ରୁ ମେ’ ୨ ତାରିଖ ପର୍ୟ୍ୟନ୍ତ ହାୱଡ଼ାରୁ ପ୍ରତ୍ୟେକ ଦିନ ୧୧ଟା ୩୦ରେ ଛାଡ଼ି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଟା ୩୦ରେ ପହଞ୍ଚିିବ ।
ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାୱଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ଗୁଡ଼ିକରେ ରହିବ । ଏହି ଟ୍ରେନ୍ରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି, ତିନିଟି ତୃତୀୟ ଶ୍ରେଣୀ ଏସି, ୧୨ଟି ସ୍ଲିପର୍ କ୍ଲାସ୍, ୩ଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ରହିବ ।