‘ଫ୍ରୀ କୋଭିଡ୍ ହେଲ୍ପ’ ଲଞ୍ଚ କଲେ ସୋନୁ ସୁଦ

ମୁମ୍ବାଇ : ଗତ ବର୍ଷ ମାର୍ଚ୍ଚରେ ଲକଡାଉନ୍ ପରଠାରୁ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରଥମେ କାମ କରିଥିଲେ । ଏହା ପରେ ସେ ସେମାନଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରିଥିବା ଦେଖାଯାଇଥିଲା । ବର୍ତ୍ତମାନ ଯେତେବେଳେ ଦେଶରେ କରୋନା ସଙ୍କଟ ଗଭୀର ହୋଇଛି, ସୋନୁ ସୁଦ ଯଥା ସମ୍ଭବ ଲୋକଙ୍କ ନିକଟରେ ସାହାଯ୍ୟ ପହଞ୍ଚାଉଛନ୍ତି । ବର୍ତ୍ତମାନ ସେ ଫ୍ରୀ କୋଭିଡ ୧୯ ହେଲପ୍ ଲଞ୍ଚ କରିଛନ୍ତି ।
ସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଫ୍ରୀ କୋଭିଡ ହେଲ୍ପରେ, କରୋନା ଟେଷ୍ଟରୁ ନେଇ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ମାଗଣାରେ ଦିଆଯିବ । ଏଥିପାଇଁ ସୋନୁ ଫାଉଣ୍ଡେସନ୍, ହିଲ୍ ୱେଲ୍ ୨୪ ଏବଂ କ୍ରସନା ଡାଇଗ୍ନୋଷ୍ଟିକ୍ ସହ ଏକତ୍ର କାର୍ଯ୍ୟ କରିବେ । ସେ ଏକ ହ୍ୱାଟସ୍ ଅପ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଯେଉଁଥିରେ କୋଭିଡ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ । ସୋନୁ ଟ୍ୱିଟରେ ଲେଖିଛନ୍ତି- ‘ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟ ହ୍ୟାଣ୍ଡେଲ୍ କରିବାକୁ ଦିଅନ୍ତୁ । ଫ୍ରି କୋଭିଡ୍ ହେଲ୍ପ ଲଞ୍ଚ । ବିଳମ୍ବିତ ରାତିରେ ସୋନୁ ଟ୍ୱିଟ୍ କରି କହିଛନ୍ତି ଯେ ମଧ୍ୟରାତ୍ରିରେ ଅନେକ ଥର କଲ କରିବା ପରେ ଆପଣ ଅଭାବୀ ଲୋକମାନଙ୍କ ପାଇଁ ବେଡ୍ ପାଇବାରେ ସକ୍ଷମ ହୁଅନ୍ତି, ତାପରେ କିଛି ଲୋକଙ୍କ ପାଇଁ ଅମ୍ଳଜାନ ପାଇପାରିବେ, ଯାହା ସେମାନଙ୍କ ଜୀବନ ରକ୍ଷା କରିପାରିବ । ମୁଁ ଶପଥ କରୁଛି ଯେ ୧୦୦ କୋଟି ଫିଲ୍ମର ଅଂଶ ହେବା ଅପେକ୍ଷା ଏହା ଅଧିକ ସନ୍ତୋଷଜନକ । ମୁଁ ଶୋଇପାରିବି ନାହିଁ ଯେପର୍ଯ୍ୟନ୍ତ ଲୋକମାନେ ହସ୍ପିଟାଲ୍ ବାହାରେ ବେଡକୁ ଅପେକ୍ଷା କରୁଥିବେ ।