ସେନ୍ ଜୋସରେ ଗୁଳିମାଡ : ୮ ମୃତ, ଆତତାୟୀ ନିହତ

କାଲିଫର୍ଣ୍ଣିଆ : ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ଆଠ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ସନ୍ଦୀଗ୍ଧ ଅର୍ଥାତ ଗୁଳିଚଳାଇଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ହୋଇଥିବା ସନ୍ଦୀଗ୍ଧଙ୍କ କୌଣସି ପରିଚୟ ମିଳିପାରିନି । ସେହିପରି ଏଠାକାର କିଛି କର୍ମଚାରୀ ମଧ୍ୟ ଆହତଙ୍କ ହୋଇଛନ୍ତି । ଏନେଇ ସାଣ୍ଟା କ୍ଲାରା କାଉଣ୍ଟି ସରିଫ୍ ମୁଖପାତ୍ର ଡେପୁଟି ରସେଲ ଡେଭିସ୍ ସୂଚନା ଦେଇଛନ୍ତି ।
ସରିଫ ମୁଖପାତ୍ର କହିଛନ୍ତି ଯେ, ସିଲିକନ୍ ଭ୍ୟାଲିର ଏହି ରେଲୟାର୍ଡ ଏକ ଗମନାଗମନ ନିୟନ୍ତ୍ରଣ କେନ୍ଦ୍ର । ଯେଉଁଠାରେ ଟ୍ରେନ୍ ଛିଡା ହୁଏ ଏବଂ ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାେଏ । VTA ସାନ୍ତା କ୍ଲାରା କାଉଣ୍ଟିରେ ବସ୍, ହାଲୁକା ରେଳ ଏବଂ ଅନ୍ୟାନ୍ୟ ଗମନାଗମନ ସେବା ଯୋଗାଏ । କାଉଣ୍ଟି ବାଇ ଅଞ୍ଚଳରେ ସବୁଠାରୁ ବଡ ଏବଂ ସିଲିକନ୍ ଭ୍ୟାଲିର ସ୍ଥାନ ଅଟେ । ସେନ୍ ଜୋସ୍ ମେୟର ସାମ ଲିକକାର୍ଡୋ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଭୟଙ୍କର ଗୁଳି ବିନିମୟରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ରହିଛି । ରାଜ୍ୟପାଳ ଗାଭିନ ନ୍ୟୁଜମ ଟ୍ୱିଟରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ସ୍ଥାନୀୟ ଆଇନ ଶୃଙ୍ଖଳା ସହ ଘନିଷ୍ଠ ସମ୍ପର୍କରେ ଅଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।