ଆଉ ଦୁଇ ପାଳି ରାଷ୍ଟ୍ରପତି ରହିବେ ଋୁଷ ରାଷ୍ଟ୍ରପତି ପୁତିନ୍

Russian President Vladimir Putin listens during a meeting with government officials via video conference at the Novo-Ogaryovo residence outside Moscow, Russia, Monday, March 22, 2021. Putin said he will get vaccinated against the coronavirus on Tuesday, months after widespread vaccination has started in Russia. (Alexei Druzhinin, Sputnik, Kremlin Pool Photo via AP)
ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବାର ପଥ ପରିଷ୍କାର ହୋଇଛି। ପୁଟିନ ଉକ୍ତ ବିଲ୍ ଉପରେ ଦସ୍ତଖତ କରିଛନ୍ତି, ଯାହା ତାଙ୍କୁ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାର ଅଧିକାର ପ୍ରଦାନ କରିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ରହିସାରିଥିବା ୬୮ ବର୍ଷ ବୟସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଉ ଦୁଇଟି ପାଳି ଦେଶର ରାଷ୍ଟ୍ରପତି ଭାବେ ରହିବେ। ଏ ସଂକ୍ରାନ୍ତ ଏକ ଆଇନରେ ନିଜେ ପୁତିନ୍ ସୋମବାର ସ୍ୱାକ୍ଷର କରିଛନ୍ତି। ରୁଷ ସରକାରଙ୍କ ଲିଗାଲ ଇନଫର୍ମେସନ ପୋର୍ଟାଲରୁ ଏହା ଜଣାଯାଇଛି। ରୁଷ ରାଷ୍ଟ୍ରପତିଙ୍କର ଗୋଟିଏ ପାଳି କାର୍ଯ୍ୟକାଳ ୬ବର୍ଷ ହୋଇଥିବାବେଳେ ପୁତିନ୍ ଏହି ଆଇନ ବଳରେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦ ବଜାୟ ରଖିବେ ବୋଲି ଜଣାଯାଇଛି। ତାଙ୍କର ଚଳିତ ପାଳିର କାର୍ଯ୍ୟକାଳ ୨୦୨୪ରେ ଶେଷହେବାକୁ ଯାଉଛି। ନିଜର କାର୍ଯ୍ୟକାଳ ବଦ୍ଧି କରିବାକୁ ଗତବର୍ଷ ସମ୍ବିଧାନରେ ସଂଶୋଧନ ଆଣିବାକୁ ପୁତିନ ପ୍ରସ୍ତାବ ରଖିଥିଲେ।
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭାବେ ପୁଟିନଙ୍କ ଏହା କ୍ରମାଗତ ଦ୍ଵିତୀୟ ତଥା ମୋଟ୍ ଚତୁର୍ଥ କାର୍ଯ୍ୟକାଳ। ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ତାଙ୍କୁ ୨୦୨୪ରେ କ୍ଷମତା ଛାଡିବାକୁ ପଡିଥାନ୍ତା। ହେଲେ ଏବେ ସମ୍ବିଧାନର ସଂଶୋଧନ କାରଣରୁ ପୁଟିନ ଆଗାମୀ ୧୫ ବର୍ଷ ଋଷର ରାଷ୍ଟ୍ରପତି ପଦରେ ରହି ପାରିବେ। ପୁଟିନ ଗତ ବର୍ଷ ଦେଶରେ ଏକ ଜନମତ ସଂଗ୍ରହ କରିଥିଲେ। ପ୍ରବଳ ବିରୋଧ ମଧ୍ୟରେ ମତଦାନରେ ପୁଟିନ ବିପୁଳ ମାତ୍ରାରେ ବିଜୟ ହାସଲ କରିଥିବା ଦାବି କରିଥିଲେ। ଏହା ପରେ ଏହି ପ୍ରସ୍ତାବ ଋଷି ସଂସଦ ଜରିଆରେ ପାରିତ୍ ହୋଇଛି। ସେହିପରି ୨୦୨୪ ପରେ ରୁଷ ରାଷ୍ଟ୍ରପତିଙ୍କ ପାଇଁ କାର୍ଯ୍ୟକାଳ ୬-୬ ବର୍ଷ ରହିବ। ଯଦି ପୁଟିନ ଦୁଇ ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହି ପାରିବେ। ଏମିତି ହେଲେ ସେ ସର୍ବାଧିକ ସମୟ ଧରି ରୁଷକୁ ଶାସନ କରିଥିବା ଜୋସେଫ ଷ୍ଟାଲିନ ଓ ପିଟରଙ୍କ ରେକର୍ଡ ଭାଙ୍ଗିବେ। ସୋମବାର ଗୃହୀତ ହୋଇଥିବା ବିଲ୍ରେ ପୁଟିନ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଏବଂ କ୍ଷମତାରେ ରହିବାର ଅଧିକାର ଦିଆଯାଇଛି।
ସୂଚନା ଯେ, ପୁତିନ ପ୍ରଥମକରି ୨୦୦୦ରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ୪ବର୍ଷ ଲେଖାଏଁ କ୍ରମାଗତ ଦୁଇପାଳି ରାଷ୍ଟ୍ରପତି ରହିଥିଲେ। ପରେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଦିମିତ୍ରି ମେଦେଭଦେଭଙ୍କୁ ସେ କ୍ଷମତା ହସ୍ତାନ୍ତର କରିଥିଲେ। ଦେଶରେ କ୍ରମାଗତ ଦୁଇଥର ରାଷ୍ଟ୍ରପତି ରହିବା ପରେ ତାଙ୍କ ବିରୋଧରେ କାଳେ ସମାଲୋଚକ ଅଙ୍ଗୁଳି ଉଠାଇବେ, ସେଥିପାଇଁ ପୁତିନ୍ ଚତୁରତାର ସହିତ ଏଭଳି କରିଥିଲେ। ମେଦେଭଦେଭ କ୍ଷମତାରେ ଥିବା ସମୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୬ବର୍ଷକୁ ବୃଦ୍ଧି କରିବା ସଂପକ୍ରିତ ଏକ ଆଇନରେ ସ୍ୱାକ୍ଷର କରିଥିଲେ। ଏହାପରେ ୨୦୧୨ରେ ପୁତିନ ପୁନଶ୍ଚ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ୨୦୧୮ରେ ଅନୁଷ୍ଠିତ ନିର୍ବାଚନରେ ନିଜ ପଦବୀ ବଜାୟ ରଖିଥିଲେ। ସଂପ୍ରତି ଆଉ ଦୁଇଟି ପାଳି ରାଷ୍ଟ୍ରପତି ରହିବା ନେଇ ପୁତିନ୍ କରିଥିବା ଆଇନରେ ସଂଶୋଧନକୁ କ୍ରେମଲିନ୍ର ବିରୋଧୀ ପକ୍ଷ ସମାଲୋଚନା କରିଛନ୍ତି। ଏହାଦ୍ୱାରା ପୁତିନ ସାରାଜୀବନ ରାଷ୍ଟ୍ରପତି ରହିବାକୁ ଯୋଜନା କରିଥିବା ସେମାନେ ଦର୍ଶାଇଛନ୍ତି।