ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମକୁ ବଡ ସଫଳତା । ଶୁକ୍ରବାର ଏସଟିଏଫ ଟିମ ହାତରେ ଧରାପଡିଛି ବ୍ରାଉନସୁଗାର ଡିଲର । ପିପିଲି-ନିମାପଡା ଓଭର ବ୍ରିଜ ଉପରେ ଡିଲ ସମୟରେ ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହେବ ସହ ଅଭିଯୁକ୍ତ ଗିରଫ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଏନେଇ ତଦନ୍ତ ଜାରି ରହିଛି ।
ପୁରୀ ଜିଲା ପିପିଲି-ନିମାପଡା ଓଭରବ୍ରିଜ ଉପରେ ବ୍ରାଉନସୁଗାର ଡିଲ୍ ହେଉଥିବା ଖବର ପାଇ ଏସଟିଏଫ୍ର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ବ୍ୟକ୍ତି ଜଣକ ହେଲେ ପିପିଲି ଅଞ୍ଚଳର ଇମ୍ତିଆଜ ଖାନ୍ । ସୂଚନା ଯେ, ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୫ କେଜି ବ୍ରାଉନସୁଗାର ଜବତ କରିଛି । ଠିକ୍ ସେହିପରି ୬୭ କ୍ବିଣ୍ଟାଲ୍ ୫୨ କେଜି ଗଂଜେଇ ଜବତ ହେଇଥିବା ବେଳେ, ୧୦୦ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରଯାଇସାରିଛି।