ଋଷଭ ପନ୍ତ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ଅଧିନାୟକ
ନୂଆଦିଲ୍ଲୀ : ଆଇପିଏଲ ୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ନେବେ ଯୁବ ବ୍ୟାଟସମ୍ୟାନ ଋଷଭ ପନ୍ତ। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆହତଜନିତ ସମସ୍ୟା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବରେ ଥିବା ଶ୍ରେୟସ ଆୟର ଚଳିତ ଆଇପିଏଲରୁ ବାଦ ପଡ଼ିଥିଲେ। ଏହାପରେ ଦିଲ୍ଲୀ ଅଧିନାୟକ କିଏ ହେବ ସନେଇ ନାନା ଆକଳନ କରାଯାଉଥିଲା।
? ANNOUNCEMENT ?
— Delhi Capitals (@DelhiCapitals) March 30, 2021
Rishabh Pant will be our Captain for #IPL2021 ✨@ShreyasIyer15 has been ruled out of the upcoming season following his injury in the #INDvENG series and @RishabhPant17 will lead the team in his absence ?#YehHaiNayiDilli
ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅଧିନାୟକ ପାଇଁ ଅନେକ ଦିଗଜ ଖେଳାଳି ମଧ୍ୟ ଥିଲେ। ଏଥିରେ ଅଫ ସ୍ପିନର ଆର ଅଶ୍ଵିନ, ଆଜିଙ୍କ୍ୟ ରାହାଣେ, ଶିଖର ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥ୍ଙ୍କ ପରି ଖେଳାଳି ଥିଲେ। ମାତ୍ର ଦଳ ପ୍ରବନ୍ଧକ ପନ୍ତଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁ ଦାୟିତ୍ଵ ଏଥିପାଇଁ ମିଳିଛି, କାରଣ ଅଷ୍ଟ୍ରେଲିଆ ଗସ୍ତ ସହିତ ଇଂଲଣ୍ଡ ସିରିଜ୍ରେ ସେ ଦମଦାର ବ୍ୟାଟିଂ କରିବା ସହିତ ଓ୍ଵିକେଟ୍ ପଛରେ ଚମତ୍କାର କିପିଂ କରିଥିଲେ। ସେ ଅନେକ ଥର ନିଜ ବ୍ୟାଟିଂ ଦମରେ ଦଳକୁ ବିଜୟୀ କରାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ପନ୍ତଙ୍କ ବ୍ୟାଟ୍ରୁ ଖୁବ୍ ରନ ବର୍ଷା ହୋଇଛି। ୨୩ ବର୍ଷୀୟ ଏହି ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତକୁ ୩-୧ରେ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ପନ୍ତ ଇଂଲଣ୍ଡ ବିପକ୍ଷ ଟି-୨୦ ଅନ୍ତରାଷ୍ଟ୍ରୀୟ ପରେ ଦିନିକିଆ ସିରିଜ୍ରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ। ଦିନିକିଆ ସିରିଜ୍ରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ସେ ଯଥା କ୍ରମେ ୭୭ ଓ ୭୮ ରନର ଇନିଂସ ଖେଳିଥିଲେ। ଆୟର ଆଇପିଏଲର ୧୪ତମ ସଂସ୍କରଣରୁ ବାଦ୍ ପଡିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସବୁଠୁ ବଡ ଝଟକା। ଆୟରଙ୍କ ଅଧିନାୟକତ୍ଵରେ ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏପ୍ରିଲ ୧୦ରେ ନିଜର ଅଭିଯାନ ଆରମ୍ଭ କରିବ। ଏପ୍ରିଲ ୧୦ରେ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ।