ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଦଳିଲା ସଂଗରୋଧ ନିୟମ
![](https://thetruths.in/wp-content/uploads/2021/04/Health-Worker.jpg)
ଭୁବନେଶ୍ୱର : ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ସଙ୍ଗରୋଧ ବା କ୍ଵାରେଣ୍ଟାଇନ ନୀତିରେ କେତେକ ସଂଶୋଧନ କରିଛନ୍ତି । ସଂପୂର୍ଣ୍ଣ ଡୋଜ୍ (୨ଟି ଡୋଜ୍ ) କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀମାନେ ଏକ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫ ଦିନ ସେବା ଯୋଗାଇବାପରେ ତାଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ । ଉକ୍ତ ସ୍ୱାସ୍ଥ୍ୟକର୍ମୀ ନିଜର ସ୍ୱାଭାବିକ କାର୍ଯ୍ୟ କରିଚାଲିବେ ।
ତେବେ ସେବାରେ ନିୟୋଜିତ ଥିବାବେଳେ ଯଦି କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ଅଲଗା ରଖାଯିବା ସହ ପରୀକ୍ଷା କରାଯିବ ଓ ତା ସହିତ ସଂକ୍ରମଣ ରୋକିବାକୁ ଅନ୍ୟ ନିୟମାବଳୀ ଅନୁସରଣ କରାଯିବ । କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଏସଓପି ଅନୁଯାୟୀ ସବୁ ପ୍ରକାରର ଗାଇଡଲାଇନ ପାଳନ କରାଯିବ । ପୁରୁଣା କ୍ଵାରେଣ୍ଟାଇନ ନୀତି ଅନୁଯାୟୀ ଏକ ସଂପୂର୍ଣ୍ଣ ରିଜର୍ଭ ବ୍ୟାଚ୍ ପ୍ରସ୍ତୁତ ରଖାଯାଉଥିବାବେଳେ ଏଥର ସେପରି କରିବାର ଆବଶ୍ୟକତା ନାହିଁ ।