ଆମ ରୋଷେଇ- “ପକୋଡା ଫ୍ରାଏ”

ସାମଗ୍ରୀ :
୨ କପ୍ ବେସନ, ଅଧାକପ୍ ସୁଜି, ୨ଟି ବଡ଼ ଆଳୁ, ୨ଟି ପିଆଜ, ୧ଟି ରସୁଣ, ଛୋଟ ଖଣ୍ଡେ ଅଦା, ୧ ଚାମଚ ଡାଲଚିନି ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଖାଇବା ସୋଡ଼ା, ଲୁଣ, ଲାଲ ଲଙ୍କାଗୁଣ୍ଡ, ଡାଳଚିନ ଗୁଣ୍ଡ, ହଳଦି ଗୁଣ୍ଡ ଏବଂ ଛାଣିବା ପାଇଁ ତେଲ ।
ପ୍ରଣାଳୀ :
ବେସନ ଓ ସୁଜିକୁ ଅଳ୍ପ ପାଣି ଓ ଖାଇବା ସୋଡ଼ା ଦେଇ କାଠୁଆ କରି ଗୋଳେଇ ରଖି ଦିଅନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼େଇ ଚାରି ଖଣ୍ଡ କରି କାଟି ଦିଅନ୍ତୁ । ଏହି ଘୋଳକୁ ବେସନରେ ୧୫ ମିନିଟ୍ ରଖିବା ପରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦି ଗୁଣ୍ଡ ପକାଇ ଗୋଳେଇ ପକୋଡ଼ା ଛାଣନ୍ତୁ । କଡ଼େଇରେ ତେଲ ଦେଇ ପିଆଜ, ରସୁଣ ଓ ଅଦାପେଷ୍ଟ ପକେଇ କଷନ୍ତୁ । ମସଲା କଷି ହୋଇଗଲେ ସ୍ୱାଦ ଅନୁସାରେ ଲଙ୍କାଗୁଣ୍ଡ, ଲୁଣ, ହଳଦିଗୁଣ୍ଡ ପକାଇ ୧ କପ୍ ପାଣି ଦିଅନ୍ତୁ । ପାଣି ଟିକିଏ ଫୁଟିଆସିଲେ ଆଳୁ ପକାଇ ଘୋଡ଼େଇ ଦିଅନ୍ତୁ । ୫-୭ ମିନିଟ୍ ପରେ ଆଳୁ କଷି ହୋଇଗଲେ ଏଥିରେ ୫ କପ୍ ପାଣି ଦିଅନ୍ତୁ । ପାଣି ଫୁଟିଲେ ଛଣା ଯାଇଥିବା ବେସନ ପକୋଡ଼ା ପକାଇ ଘୋଡ଼େଇ ଦିଅନ୍ତୁ । କିଛି ସମୟପରେ ଢାଙ୍କୁଣୀ ଖୋଲି ଡାଳଚିନିଗୁଣ୍ଡ ପକାଇ ଘୋଡ଼େଇ ଦିଅନ୍ତୁ । ବର୍ତ୍ତମାନ ଗ୍ୟାସ ବନ୍ଦ କରି କଡ଼େଇ ଓହ୍ଲେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପକୋଡ଼ା ଫ୍ରାଏ । ଏହାକୁ ଗରମ ଭାତ ସହିତ ଖାଇବାର ମଜା ନିଅନ୍ତୁ ।
ଆମ ରୋଷେଇ- “ପକୋଡା ଫ୍ରାଏ” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ