ଆମ ରୋଷେଇ- “ପାଲକ ୱାଲୀ ଦହି”

ସାମଗ୍ରୀ:
ପାଳଙ୍ଗ- ୮୦୦ଗ୍ରାମ, ଦହି-୨୫୦ଗ୍ରାମ, ଲୁଣ- ଆବଶ୍ୟକ ମୁତାବକ, ରସୁଣ- ୬କୋଲା, ତେଲ- ୨ଚାମଚ, ଜିରା-୧ ଚାମଚ, ସୋରିଷ- ୧ ଚାମଚ, ଭୃସଙ୍ଗପତ୍ର- ୪ଟି, ଲଙ୍କାଗୁଣ୍ଡ- ସ୍ୱାଦାନୁସାରେ, ଧନିଆପତ୍ର- ୧ ଟେବୁଲ୍ ଚାମଚ ।
ପ୍ରଣାଳୀ:
ପାଳଙ୍ଗକୁ ଧୋଇ ଫୁଟା ପାଣିରେ ୩ ମିନିଟ୍ ଯାଏଁ ସିଝାଇ ପାଣି କାଢ଼ି ରଖନ୍ତୁ । ଏହାକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଦହିକୁ ଫେଣ୍ଟି ସେଥିରେ ପାଳଙ୍ଗ ମିଶାଇ ଲୁଣ ଦେଇ ଗୋଳାଇ ରଖନ୍ତୁ । ରସୁଣକୁ ଛୋଟ ଛୋଟ କରି କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଜିରା, ସୋରିଷ ଓ ଭୃସଙ୍ଗ ପତ୍ର ପକାଇ ଫୁଟାନ୍ତୁ । ପରେ ରସୁଣ ଦେଇ ଲାଲ କରି ଭାଜନ୍ତୁ । ପରେ ଲଙ୍କାଗୁଣ୍ଡ ପକାଇ ଗୋଳାଇ ପ୍ୟାନ୍କୁ ଆଞ୍ଚରୁ କାଢ଼ନ୍ତୁ । ଥଣ୍ଡା ହୋଇଗଲେ ଦହି ପାଳଙ୍ଗ ପକାନ୍ତୁ । ଭଲ କରି ଗୋଳାଇ ବାଉଲ୍କୁ କାଢ଼ି ଧନିଆପତ୍ରରେ ସଜାନ୍ତୁ ।
ଆମ ରୋଷେଇ- “ପାଲକ ୱାଲୀ ଦହି” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ