ଚିକେନ ପିଠା
ଆବଶ୍ୟକ ସାମଗ୍ରୀ :
ବୋନଲେସ ଚିକେନ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅରୁଆ ଚାଉଳ, ତେଲ, ଗୋଟା ଗରମ ମସଲା, ତେଜପତ୍ର, ଅଦା, ରସୁଣ, ପିଆଜ ପେଷ୍ଟ, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ସେଥିରେ ଲୁଣ, ହଳଦି ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଢାଙ୍କି ରଖି ଦିଅନ୍ତୁ ।
ଭିଜାଇ ରଖିଥିବା ଅରୁଆ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ । କରେଇରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ଗୋଟା ଗରମ ମସଲା ଓ ତେଜପତ୍ର ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ଅଦା, ରସୁଣ,ପିଆଜ ପେଷ୍ଟକୁ ପକାଇ କିଛି ସମୟ କଷି ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା ପକାନ୍ତୁ ଏବଂ ପୁଣି କଷନ୍ତୁ ।
ମସଲା କଷି ହେବା ପରେ ଚିକେନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଚିକେନ୍କୁ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଚିକେନ ସିଝିଗଲେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପିଠଉକୁ ପକାଇ କିଛି ସମୟ ଜନ୍ତନ୍ତୁ । ଜନ୍ତି ସାରିବା ପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ ।
ଏବେ ତାୱାରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମସଲା ପିଠଉକୁ ସେଥିରେ ପକାଇ ପିଠା ଆକାରରେ ଗଢ଼ନ୍ତୁ। ପିଠାର ଦୁଇ ପାଖ ଲାଲ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ପିଠା।