ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍କେ ପୁରସ୍କାର
ନୂଆଦିଲ୍ଲୀ : ଅଭିନେତା ତଥା ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯିବ। ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି। ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମା ଜଗତର ସବୁଠୁ ପ୍ରତିଷ୍ଠିତ ପୁରସ୍କାର ଭାବେ ଜଣାଯାଏ। କରୋନା ମହାମାରୀ ଯୋଗୁ ଚଳିତ ଥର ସମସ୍ତ ପୁରସ୍କାର ଘୋଷଣା ବିଳମ୍ବରେ କରାଯାଇଛି। କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଘୋଷଣା କରିଛନ୍ତି।
Happy to announce #Dadasaheb Phalke award for 2019 to one of the greatest actors in history of Indian cinema Rajnikant ji
— Prakash Javadekar (@PrakashJavdekar) April 1, 2021
His contribution as actor, producer and screenwriter has been iconic
I thank Jury @ashabhosle @SubhashGhai1 @Mohanlal@Shankar_Live #BiswajeetChatterjee pic.twitter.com/b17qv6D6BP
ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଯିଏ ଇତିହାସର ଜଣେ ମହାନ ଅଭିନେତା । ତାଙ୍କୁ ୨୦୨୦ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରି ଖୁସି ଅନୁଭବ ହେଉଛି । ଅଭିନେତା, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍ ଭାବରେ ତାଙ୍କର ଅବଦାନ ଆଇକନିକ୍ । ତାଙ୍କୁ ଏହି ପରୁସ୍କାର ପାଇଁ ମନୋନୀତ କରିଥିବାରୁ ମୁଁ ଜୁରିଙ୍କୁ ଧନ୍ୟବାଦ ଜଣାଉଛି । ସୂଚନା ଯେ, ରଜନୀକାନ୍ତଙ୍କ ପିଲାଦିନ ବହୁ ଦୁଃଖକଷ୍ଟରେ କଟିଛି। ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାୟକୱାଡ଼ ଥିଲା। ତାଙ୍କୁ ୫ ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିଲା। ମା’ଙ୍କ ମୃତ୍ୟୁ ପରେ ପରିବାର ଦାୟିତ୍ଵ ତାଙ୍କ ଉପରେ ରହିଥିଲା। କିନ୍ତୁ ଘର ଚଳାଇବା ତାଙ୍କ ପକ୍ଷେ ସହଜ ନ ଥିଲା। ଏଥିପାଇଁ ତାଙ୍କୁ କୁଲି କାମ ମଧ୍ୟ କରିବାକୁ ପଡ଼ିଥିଲା। ଚଳଚ୍ଚିତ୍ର ଦୁନିଆକୁ ଆସିବା ପରେ ରଜନୀକାନ୍ତ ବସ୍ କଣ୍ଡକ୍ଟର ଭାବେ କାମ କରୁଥିଲେ। ତାମିଲ ଚଳଚ୍ଚିତ୍ର ‘ଅପୂର୍ବା ରାଗନଗାଲ’ରେ ସେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ କମଲ ହାସନ ଏବଂ ଶ୍ରୀବିଦ୍ୟା ଅଭିନୟ କରିଥିଲେ। ରଜନୀକାନ୍ତ ତାଙ୍କ ଅଭିନୟ ଜୀବନ କନ୍ନଡ଼ ନାଟକରୁ ଆରମ୍ଭ କରିଥିଲେ। ରଜନୀକାନ୍ତଙ୍କ ଦୁର୍ଯ୍ୟୋଧନ ଚରିତ୍ର ପାଇଁ ସେ ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ। ସେହିପରି ୧୯୮୩ରେ ରଜନୀକାନ୍ତ ବଲିଉଡ୍ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ଅନ୍ଧା କାନୁନ’। ଏହି ଚଳଚ୍ଚିତ୍ର ପରେ ରଜନୀକାନ୍ତ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢ଼ିଥିଲେ। ଆଜି ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଷ୍ଟାର।