କରୋନାରେ ସଂକ୍ରମିତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର : ସାରା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଧ୍ୟ ସଂକ୍ରମିତ ହୋଇ ସାରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଗୁରୁବାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଗୃହାବଦ୍ଧ ହୋଇ ରହିଥିଲେ। ଏନେଇ ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିବ୍ ଆସିଛି । ଶରୀରରେ କୌଣସି ପ୍ରକାର ଲକ୍ଷଣ ନାହିଁ । ସେ ଏବେ ଠିକ୍ ଅଛନ୍ତି । ଘରେ ହିଁ ସେ ଆଇସୋଲେଟରେ ରହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।ଏହାପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ଚିକିତ୍ସା ଚାଲିଛି ।
ସୂଚନା ଯେ, ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୬୬୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୦ ଆକ୍ରାନ୍ତଙ୍କ ଜୀବନ ନେଇଚି କରୋନା । ରାଜ୍ୟରେ ଏବେସୁଦ୍ଧା ୫୬୩୫୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୬୩୩୭୨ ।