ଆସନ୍ତାକାଲି ରିଲିଜ୍ ହେବ ‘ରାଧେ’

ମୁମ୍ବାଇ : ବଲିଉଡର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାନ୍ ସବୁ ବର୍ଷ ଇଦରେ ନିଜ ଫ୍ୟାନ୍ସମାନଙ୍କୁ ଏକ ଫିଲ୍ମର ଉପହାର ଦେଇ ଆସୁଛନ୍ତି । ମହାମାରୀ କରୋନା କାଳରେ ମଧ୍ୟ ଚଳିତବର୍ଷ ଇଦ୍ ଉପଲକ୍ଷେ ନିଜଫ୍ୟାନ୍ସ ମାନଙ୍କୁ ନିରାଶ କରିବେନି ଭାଇଜାନ୍ । ଆସନ୍ତାକାଲି ସଲମାନ୍ ଖାନଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । ଗୁରୁବାର ତଥା ମେ ୧୩ ରେ ଭାଇଜାନ୍ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ- ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ରିଲିଜ୍ ହେବାକୁ ଯାଉଛି । ଚଳିତ ଥର କରୋନା କାରଣରୁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ।
ପୂର୍ବରୁ ଫିଲ୍ମର ଟିଜର ସହ ଗୀତ ସବୁ ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକ ଓ ସିନେପ୍ରେମୀଙ୍କ ମହଲରେ ଖୁବ୍ ଭଲ ରେସ୍ପନ୍ସ ମିଳିଛି । ତେବେ ଓଟିଟି ପ୍ଲାଟଫର୍ମରେ ସଲମାନ ଖାନ୍ଙ୍କ ପ୍ରଥମ ମୁଭି ଭାବରେ ‘ରାଧେ’ ରିଲିଜ୍ ହେବାକୁ ଯାଉଛି ଯାହାକୁ ନେଇ ଭାଇଜାନ୍ ଉତ୍ସାହ ଥିବା ସହିତ ଦୁଖଃ ମଧ୍ୟ ପ୍ରକାଶ କରିଛନ୍ତି । ସୂଚନା ଯେ, ଗତ ବର୍ଷ ଇଦ୍ ସମାନ କରୋନା ମହାମାରୀ ଯୋଗୁ ସଲମାନ ଖାନ୍ଙ୍କ କୌଣସି ଫିଲ୍ମ ରିଲିଜ୍ କରାଯାଇନଥିଲା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ‘ରାଧେ’ ସଲମାନ ଖାନ୍ଙ୍କ ଏକ ମାତ୍ର ଫିଲ୍ମ ଭାବରେ ପରଦାକୁ ଆସିବାକୁ ଯାଉଛି ।