କୁଆଁରୀଆ ମହୋତ୍ସବରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ଗାନ୍ଧୀ ମଇଦାନଠାରେ ଅନୁଷ୍ଠିତ ଚଳିତବର୍ଷର କୁଆଁରୀଆ ମହୋତ୍ସବରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ତଥା ଘୋଳାହାଣ୍ଡି ହାଇସ୍କୁଲର ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଂକୁ ସମ୍ବର୍ଦ୍ଧିତ କରାଯାଇଛି। ଇତ୍ଯବସରରେ ଶ୍ରୀ ପାତ୍ରଂକୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ରମେଶଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।