କୋଭିଡ-୧୯ ସମ୍ବନ୍ଧୀୟ ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦୈନିକ ଅଢେଇ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ କିଛି ରାଜ୍ୟରେ କଟକଣା ଫେରିଛି । ଏପରିକି ଦିଲ୍ଲୀ ସରକାର ମଧ୍ୟ ୬ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।
ପ୍ରଧାନମନ୍ତ୍ରୀ କରୋନା ଜନିତ ମାମଲା ବଢିବା ପରେ ଏହି ବୈଠକ ଡାକିଛନ୍ତି । ବୈଠକରେ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ଲକଡାଉନ୍ ଉପରେ ବିଚାର କରାଯିବା ସହ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । କାରଣ ଗତ କିଛିଦିନ ହେବ ଦେଶରେ ଲକଡାଉନ୍ ନେଇ ଦାବି କରାଯାଉଛି । ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ମିଳିଛି । ଆଉ କିଛି ସମୟ ପରେ ବୈଠକ ଆରମ୍ଭ ହେବ ।