ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ଶିକ୍ଷାଲାଭ ଅନନ୍ତ, କେବେ ବି ସରେ ନାହିଁ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ। ଆଜି ରାଷ୍ଟ୍ରପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଲାଭର କେବେ ବି ଅନ୍ତ ନାହିଁ। ଶିକ୍ଷା ଲାଭ କରିବା କେବେ ବି ସରେ ନାହିଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମଧ୍ୟ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି ଯେ, ସେ ମୟୂରଭଞ୍ଜ ମାଟିର ଝିଅ। ଏହା ତାଙ୍କର ପ୍ରଥମ ପରିଚୟ। ସମସ୍ତେ ଦେଶର ବିକାଶ କଥା ଚିନ୍ତା କରିବା ଉଚିତ। ନାରୀ ବିକାଶ ଦେଶର ଏକ ମୁଖ୍ୟ ଉପାଦାନ ବୋଲି ରାଷ୍ଟ୍ରପତି କହିଛନ୍ତି।
ସୂଚନା ଯେ, ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ।