ବିଶ୍ୱ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ସିଦ୍ଧିକଲ୍ୟାଣ ମଣ୍ଡପରେ ଯୋଗ ମହୋତ୍ସବ ସମିତି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳନ ନେଇ ଏକ ବୈଠକ ବଳଭଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ପୁନର୍ଗଠନ ବିଷୟରେ ଆଲୋଚନା ହୋଇଥିଲା । ସମିତିର ସହ ସଂଯୋଜକ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ସାହୁଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଆସନ୍ତା ଜୁନ୍ ୨୧ ତାରିଖରେ ବିଶ୍ୱ ଯୋଗଦିବସକୁ ସୁଚାରୁ ରୂପରେ ସମଗ୍ର ଜିଲାରେ ତଥା ସହର ଗୁଡ଼ିକରେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ନୂତନ ଭାବରେ ଅଜୟ କୁମାର ଚୌଧୁରୀ ସହ ସଂଯୋଜକ ଭାବରେ କାର୍ଯ୍ୟ କରିବାକୁ ଉପସ୍ଥିତ ସଭ୍ୟମାନେ ଆଲୋଚନା ମାଧ୍ୟମରେ ନିର୍ଣ୍ଣୟ କରାଗଲା । ଏଥିରେ ସଂଯୋଜକ ସୁଜିତ କୁମାର ଜେନା, ସହ ସଂଯୋଜିକା ଦମୟନ୍ତୀ ମହାପାତ୍ର, ସଭ୍ୟ କୀର୍ତ୍ତିସୁନ୍ଦର ସେନ, ଡ. ଚିତ୍ତରଞ୍ଜନ ସାହୁ, ପ୍ରଫେସର ମାଳତୀ ସାମଲ, ମାନସୀ ଦାସ, ଅର୍ଜନା କର, ରୀତା ରାଉତ, ସରସ୍ୱତୀ ଭୋଇ, ହରିହର ସାହୁ, ଧୀରେନ୍ଦ୍ର କୁମାର ସାହୁ, ସଞ୍ଜିବ କୁମାର ତାଲଦି, ଚିତ୍ରାଙ୍ଗଦା ଦାଶ, ଶୁଭ୍ରକା ପଣ୍ଡା ପ୍ରମୁଖ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।