ପର୍ଣ୍ଣ ଫିଲ୍ମ ମାମଲା : ଅଭିନେତ୍ରୀ ନନ୍ଦିତା ଦତ୍ତା ଗିରଫ

କୋଲକାତା : ପର୍ଣ୍ଣ (ଅଶ୍ଳୀଳ) ଫିଲ୍ମ ତିଆରି ନେଇ ବଲିଉଡରେ ଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି । ଏହି ଘଟଣାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ପରିପ୍ରେକ୍ଷୀରେ ପର୍ଣ୍ଣ ଫିଲ୍ମ ମାମଲରେ ଜଡିତ ଜଣକ ପରେ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସୁଛି। ଏହି ମାମଲରେ କୋଲକାତା ପୋଲିସ ମଡେଲରୁ ଅଭିନେତ୍ରୀ ବନିଥିବା ଜଣେ ୩୦ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ଗିରଫ ଅଭିନେତ୍ରୀଙ୍କ ନାଁ ନନ୍ଦିତା ଦତ୍ତା। ଏଥିସହ ତାଙ୍କ ସାଥୀ ମେନାକ ଘୋଷଙ୍କୁ ମଧ୍ୟ ପୋଲିସ କରିଛି । ନୂଆ ନୂଆ ଝିଅମାନଙ୍କୁ ଏ ଦୁହେଁ ୱେବ୍ ସିରିଜରେ କାମ ଦେବାକୁ ଲୋଭ ଦେଖାଉଥିଲେ। ଏଥିସହ ଧମକ ଦେଇ ଜୋର ଜବରଦସ୍ତ ଅଶ୍ଳୀଳ ଫିଲ୍ମ ତିଆରି କରୁଥିଲେ ବୋଲି ଉଭୟଙ୍କ ନାଁରେ ଅଭିଯୋଗ ରହିଛି ।
ସୂଚନା ଯେ, ନନ୍ଦିତା ଦତ୍ତା ନିଜେ ଅଶ୍ଳୀଳ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଯେଉଁଥିରେ ତାଙ୍କ ଚରିତ୍ରର ନାମ ନାନସୀ ଭବୀ ଥିଲା। ଜୁଲାଇ ୨୬ରେ, ଦୁଇ ଜଣ ଯୁବ ମଡେଲ ନନ୍ଦିତା ଏବଂ ମେନାକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟଙ୍କୁ ପୋଲିସ ତାଙ୍କ ଘରୁ ଗିରଫ କରିଛି। ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଆମେ ନନ୍ଦିତା ଏବଂ ଦତ୍ତାଙ୍କୁ ସେମାନଙ୍କର ଅନ୍ୟ ସହଯୋଗୀମାନଙ୍କ ବିଷୟରେ ପଚରାଉଚରା କରିବୁ। କେଉଁଠାରୁ ଏମାନେ ସଙ୍ଗଠିତ ଢଙ୍ଗରେ ପର୍ଣ୍ଣ ଏବଂ ଅଶ୍ଳୀଳ କଣ୍ଟେଣ୍ଟର ସୁଟିଂ କରୁଥିଲେ ସେ ନେଇ ମଧ୍ୟ ପୋଲିସ ପଚରାଉଚରା କରିବ। ଏଥିସହ ଏହି ଭିଡିଓଗୁଡିକ କେଉଁଠାରେ ବିକ୍ରି ହେଉଥିଲା ଏବଂ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛି ଓ ଏମାନେ କୌଣସି ବଡ ପର୍ଣ୍ଣ ରାକେଟ୍ ସହ ଜଡିତ ନା ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।