ଆମ କବିତା – ।। ମୁଁ ଗୋଟେ ଝିଅ ।।
ମୁଁ ଗୋଟେ ଝିଅ
ଜନ୍ମ ହେବାର ପ୍ରଥମ ଦିନରୁ
ଗଡଉଛି ମୁଁହି ଲୁହ
କାରଣ ମୁଁ ଗୋଟେ ଝିଅ
କି ପାପ କରିଛି ପୂର୍ବ ଜନମ ରେ
ଝିଅ ହୋଇ ଜନ୍ମ ନେଲି
ଜନ୍ମ ହେଲି ବୋଲି ଝିଅ ଟିଏ ହୋଇ
ସଭିଙ୍କୁ ମୁଁ ଅଶ୍ରୁ ଦେଲି ।।
ମାଆ ଉଦରରେ ଥିଲା ବେଳୁ ମୋତେ
ମିଳିଥାଏ ବହୁ କଷ୍ଟ
ଝିଅ ହୋଇ ମୁଁ ଜନ୍ମ ନେଲି ବୋଲି
କେହି ନୁହଁ ନ୍ତି ସନ୍ତୁଷ୍ଟ ।।
ମାଆ ଉଦରରୁ ମାରିବା ପାଇଁ କି
କରିଥାନ୍ତି ସେ ଚକ୍ରାନ୍ତ
ଦୁନିଆଁ କୁ ମୁଁ ଦେଖିବା ଆଗରୁ
ହୋଇଯାଏ ମୋର ହତ ।।
ଭାବନ୍ତି ନାହିଁ କେ ମାଆ ଉଦର ରୁ
ହୋଇଥାଏ ତାଙ୍କ ଜନ୍ମ
ସେ କଥା କୁ ସିଏ କେମିତି ଭୁଲନ୍ତି
କରନ୍ତି ଏ ପାପ କର୍ମ ।।
ସଂଘର୍ଷ ମୟ ଏ ଜୀବନ ଭିତରେ
ବଞ୍ଚିବା ଟା ଭାରି କଷ୍ଟ
ସେ କଷ୍ଟ କୁ ମୁଁ ପାଦରେ ଆଡେ଼ଇ
ଚାଲିଥାଏ ନିତି ବାଟ ।।
ପିଲାଟି ଠାରୁ ତ ଝିଅ ଟି ବୋଲି ମୁଁ
କରିଥାନ୍ତି ଅବହେଳା
ଭାବନ୍ତି ସେମାନେ ଆମ ଏ ସମାଜେ
ନାରୀ ଯେ ଏକ ଦୂର୍ବଳା ।।
ଝିଅ ଟିଏ ବୋଲି ରାସ୍ତା ରେ ମୁଁ
ଏକା ଯେ ଚାଲି ପାରେନା
ଅନ୍ଧାର ରାତିରେ ଏକା ମୁଁ ପଥରେ
ଯିବାକୁ ଗୋଡ଼ କାଢେନା ।।
ବାପ ଘରୁ କାଢ଼ି ସବୁ ଦିନ ପାଇଁ
କରନ୍ତି ସେ ମୋତେ ପର
ଚାହିଁ ରହିଥାନ୍ତି ପଠେଇବା ପାଇଁ
ମୋତେ ମୋର ଶାଶୂ ଘର ।।
ଝିଅ ଟିଏ ବୋଲି ଶାଶୂ ଘର ଯାଇ
ଶୁଣି ଥାଏ ବହୁ କଥା
ତଥାପି କାହାକୁ କିଛି ମୁଁ ନ କହି
ସହେ ମୁଁ ନୁଆଈ ମଥା ।।
ଜନମ ଠାରୁ ମୁଁ କଷ୍ଟ ପାଇ ପାଇ
କନ୍ଦେ ମୋର ଏ ଅନ୍ତର
ସେ ସବୁ କଥା କୁ ଏ ହୃଦେ ସାଇତି
ଦୁଃଖ ଭୋଗେ ନିରନ୍ତର ।।
ସହି ସହି ଆଜି ପଥର ହୋଇଛି
ଏ ହୃଦୟ ଆଜି ମୋର
ସହି ବାର ସେହି ଶକ୍ତି ଅଛି ବୋଲି
ଚାଲିଅଛି ଏ ସଂସାର ।।
ମୁଁ ଗୋଟେ ଝିଅ
ଜନମ ହେବାର ପ୍ରଥମ ଦିନରୁ
ଗଡାଉଛି ମୁଁହି ଲୁହ ।।
।।କାରଣ ମୁଁ ଗୋଟେ ଝିଅ।।
⏱⏱⏱??⏱⏱??⏱⏱
ଏହି କବିତାଟି ମୋ ଦ୍ଵାରା ଏକ ଛୋଟ ପ୍ରୟାସ । ଏଥିରେ ମୁଁ ଗୋଟେ ଝିଅ ବିଷୟରେ ଉଲ୍ଲେଖ କରିଛି । ଯଦି କିଛି ଭୁଲ୍ ଲେଖିଥାଏ କ୍ଷମା କରିଦେବେ । ଭଲ ଲାଗିଲେ ତେବେ ନିଶ୍ଚିତ ଲାଇକ ଓ ସେୟାର ସହ ମତାମତ ଦେବେ । ଧନ୍ୟବାଦ୍