ଆଜି ଗୁଜରାଟର ନିବେଶକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ନିବେଶକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ମିଳନୀ ଜରିଆରେ ବାହନ ସ୍କ୍ରେପିଂ ନୀତି ଅନ୍ତର୍ଗତ ସ୍କ୍ରେପିଂ ସହିତ ଜଡ଼ିତ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିବେଶ ଓ ନିବେଶକଙ୍କୁ ଆମନ୍ତ୍ରିତ କରିବେ । ଏହା ଦ୍ୱାରା ସ୍କ୍ରେପିଂ ନୀତକୁ ସହଜରେ ଆହୁରି ଅଧିକ ମଜବୁତ କରାଯାଇପାରିବ । ଏଥି ସହିତ ସମ୍ମିଳନୀରେ ସ୍କ୍ରେପିଂ କେନ୍ଦ୍ରର ବିକାଶ ଉପରେ ମଧ୍ୟ ଚର୍ଚ୍ଚା କରାଯିବ ।
ଗାନ୍ଧୀନଗରରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଗୁଜରାଟ ସରକାରଙ୍କ ମାଧ୍ୟରେ ଯୁଗ୍ମ ରୁପେ ଏହି କାର୍ଯ୍ୟକ୍ରମ ହେଉଛି । ଏଥିରେ ନିବେଶକ, ବ୍ୟବସାୟ ବିଶେଷଜ୍ଞ ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରମୀମାନେ ଉପସ୍ଥିତ ରହିବେ । ଶିଖର ସମ୍ମିଳନୀର ମୁଖ୍ୟ ବିଷୟ ବାହନ ସ୍କ୍ରେପିଂ ନୀତି ଉପରେ କେନ୍ଦ୍ରୀତ ରହିବ । ଏହାରି ମାଧ୍ୟମରେ ପ୍ରଦୂଷଣ ବଢ଼ାଇବାକୁ ଥିବା ବାହନକୁ ସୁରକ୍ଷିତ ଭାବେ ହଟାଇବାକୁ ନେଇ ଚର୍ଚ୍ଚା ହେବ ।