୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଓଡ଼ିଆ ସେଲିବ୍ରେଟି! ଆସନ୍ତୁ ଜାଣିବା ?
ନମସ୍କାର ବନ୍ଧୁଗଣ, ଗତ ୨୦୨୦ ମସିହାରେ ମହାମାରୀ କରୋନା ପାଇଁ ସବୁ କିଛି ଅଟକି ଯାଇଥିଲା । ବିଶେଷ କରି ଜନଜୀବନ ପ୍ରଭାବିତ ହୋଇଥିଲା । ପରେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଏବେ ଏସବୁରେ କିଛିଟା ପରିବର୍ତ୍ତନ ହୋଇଛି । ଗତବର୍ଷ ଲକଡାଉନ ଏବଂ କରୋନା ପାଇଁ ଅନେକ ବିବାହ ହୋଇନଥିଲା। ଯାହା ବର୍ତ୍ତମାନ ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବହୁ ଓଡ଼ିଆ ସେଲିବ୍ରେଟି । ତେବେ ଯେଉଁମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଆସନ୍ତୁ ଦେଖିବା ତାଲିକାରେ କିଏ କିଏ ଅଛନ୍ତି…..
(୧) – ଓଡ଼ିଆ ଧାରାବାହିକ ‘କୁଆଁରୀ ବୋହୂ’ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ସାଇ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ କିଛି ଦିନ ହେବ ନିଜ ଗର୍ଲଫ୍ରେଣ୍ଡ ସହ ଅନେକ ଫୋଟ ପୋଷ୍ଟ କରୁଛନ୍ତି । ଯାହା ଦେଖି ଅନୁମାନ କରାଯାଉଛି ଯେ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
(୨) – ସେହିପରି ଅନ୍ୟଜଣେ ହେଲେ ଆଦି । ସେ ‘ତୁ ମୋ ଜୀବନ ସାଥି’ ଧାରାବାହିକରେ ନଜର ଆସିଥିଲେ । ନିଜ ଷ୍ଟାଇଲିସ ଲୁକ ଏବଂ ପର୍ସନାଲିଟି ପାଇଁ ଜଣାଶୁଣା ଆଦି ଖୁବ ଶୀଘ୍ର ଏକରୁ ଦୁଇ ହେବାକୁ ଯାଉଛନ୍ତି।
(୩) – ରାକେଶ ଏବଂ ଜୁବିଙ୍କୁ ଆପଣ ଅନେକ ପ୍ରୋଗ୍ରାମରେ ଏକାଠି ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ। ରାକେଶ କୁଆଁରୀ ବୋହୂ ଧାରାବାହିକର ଜଣେ ପପୁଲାର ଆକ୍ଟର । ଏହି ଦୁଇ କପଲ ମଧ୍ୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
(୪) – ଲିପ୍ସା ମିଶ୍ରଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ସେ ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ଅଭିନୟ କରି ଘରେ ଘରେ ଫେମସ ହୋଇଛନ୍ତି। ସେ ନିଜ କ୍ୟାରିୟର ଆଲବମରୁ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଚଳଚିତ୍ରରେ ଅଭିନୟ କରୁଛନ୍ତି । ତେବେ ଲିପ୍ସା ନିଜ ବୟଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି ।
(୫) – ରାଜେଶ ଏବଂ ଶ୍ରଦ୍ଧାଙ୍କୁ ଆପଣ ନିଶ୍ଚୟ ଭାବରେ ଜାଣି ଥିବେ। ଦୁହେଁ ଅନେକ ଆଲବମରେ ଏକାଠି ନଜର ଆସିଛନ୍ତି ଏବଂ ଗୋଟେ ଆଲବମ ସୁଟିଂ ସମୟରୁ ହିଁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଗତବର୍ଷ ଦୁହେଁ ନିର୍ବନ୍ଧ କରିଥିଲେ ଏବଂ ବିବାହ ମଧ୍ୟ କରିବାକୁ ଯାଉଥିଲେ କିନ୍ତୁ ରାଜେଶଙ୍କ ଜେଜେମାଙ୍କୁ ମୃତ୍ୟୁ ଯୋଗୁଁ ହୋଇପାରିନଥିଲା | ଯାହା ଏହିବର୍ଷ ହେବାକୁ ଯାଉଛି ।
(୬) – ଶ୍ରଦ୍ଧାଙ୍କୁ ଆପଣ କୁଆଁରୀ ବୋହୂ ସିରିଏଲରେ ନିଶ୍ଚୟ ଦେଖିଥିବେ। ଏହି ଧାରାବାହିକ ଦ୍ୱାରା ସେ ଘରେ ଘରେ ପ୍ରସିଦ୍ଧ ହୋଇଥିଲେ ଏବଂ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ଶ୍ରଦ୍ଧା ତାଙ୍କ ବୟଫ୍ରେଣ୍ଡଙ୍କ ସହ ଅନେକ ଫୋଟ ପୋଷ୍ଟ କରୁଛନ୍ତି ଯାହା ଦେଖି ଅନୁମାନ କରାଯାଉଛି ଯେ ଶ୍ରଦ୍ଧା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
(୭) – ଲଭଗୁରୁ ଅଶ୍ଵିନ ଏବଂ ପ୍ରେରଣା ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କପଲ। ଆପଣ ଉଭୟଙ୍କୁ ଅନେକ ସୋର ହୋଷ୍ଟ କରୁଥିବାର ମଧ୍ୟ ଦେଖିଥିବେ, ଏହି ଦୁଇ ପପୁଲାର ସେଲିବ୍ରେଟି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।
ଏମିତି ଆହୁରି ଅନେକ ଲାଟେଷ୍ଟ ଖବର, ନିଉଜ, ମନୋରଞ୍ଜନ, ଜୀବନଚର୍ଯ୍ୟା, ରୋଷେଇ, ହସକଥା, ଗପ ସମ୍ପର୍କରେ ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ । https://thetruths.in ।