ପୁଣିଥରେ କୋରୋନା ସଂକ୍ରମିତ ହେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ କୋରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି। ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେ ନିଜକୁ ଘରେ ଆଇସୋଲେସନରେ ରଖିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡକରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନା ଯେ, ଗତବର୍ଷ ସେପ୍ଟେମ୍ବରରେ ନୀତିନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ବର୍ତ୍ତମାନ ଚାରିଆଡେ କାୟା ମେଲାଇବାରେ ଲାଗିଛି କୋରୋନା। ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦ୍ରୁତଗତିରେ ପଜିଟିଭ ମାମଲା ବୃଦ୍ଧି ପାଉଛି। ନିକଟରେ ଦେଶର ବହୁସଂଖ୍ୟକ ନେତାମନ୍ତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି।