ଓଲିଉଡ଼ ଇଣ୍ଡଷ୍ଟ୍ରୀର ସିଙ୍ଗଲ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି

ଓଲିଉଡ଼ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ସେ ଅନେକ ସୁପରହିଟ ଚଳଚ୍ଚିତ୍ର କରିଥିବାବେଳେ ତାଙ୍କର ଜବରଦସ୍ତ ଅଭିନୟ ପ୍ରଦର୍ଶନ ଦର୍ଶକଙ୍କ ମନ କିଣିନିଏ । ମାତ୍ର ଏହି ଅଭିନେତା ଜଣକ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । କଣ ପାଇଁ ସେ ବିବାହ କରି ନାହାନ୍ତି ଏବଂ ଏହାର ପଛରେ ରହସ୍ୟ କଣ ରହିଛି ସେନେଇ ଆସନ୍ତୁ ଜାଣିବା।
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜର ଦମଦାର ଅଭିନୟ ପାଇଁ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକ ମାନଙ୍କ ମନରେ ନିଜର ଏଜ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଏହା ସହିତ ଏହି ଅଭିନେତା ଦର୍ଶକ ମାନଙ୍କ ପ୍ରିୟ ପାତ୍ର ଏବଂ ପ୍ରଶଂସା ର ଅଧିକାରୀ ମଧ୍ୟ ସାଜିଛନ୍ତି । ଏହି ଅଭିନେତା ପ୍ରାୟତଃ ଫିଲ୍ମ ରେ ନାୟକ ଭୂମିକା ରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଅଭିନୟ ର ଯାଦୁ ରେ ଏହି ଅଭିନେତା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଏହି ଅଭିନେତା ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି।ଏହା ସହିତ ଏହି ଅଭିନେତା ଅନେକ ଗୁଡ଼ିଏ ହିନ୍ଦୀ ସିରିଆଲ ରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି।
ବୁଦ୍ଧାଦିତ୍ୟ ମହାନ୍ତି ନିଜ ପରିବାର ଙ୍କ ସହିତ ଭୁବନେଶ୍ୱର ରେ ରହୁଛନ୍ତି। ତାଙ୍କ ପରିବାର ରେ ତାଙ୍କ ସମେତ ତାଙ୍କ ବାପା ମାଆ ଓ ତାଙ୍କର ଜଣେ ଭଉଣୀ ରହୁଛନ୍ତି। ବୁଦ୍ଧାଦିତ୍ୟ ଙ୍କୁ ବର୍ତ୍ତମାନ ୪୦ ବର୍ଷ ବୟସ ହୋଇ ସାରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି। ଏହାର ପଛରେ କାରଣ ହେଉଛି ଯେ ଏହି ଅଭିନେତା ଜଣେ ଝିଅ ଙ୍କୁ ଭଲ ପାଉଥିଲେ। କିନ୍ତୁ ସେହି ଝିଅ ତାଙ୍କୁ ଧୋକା ଦେଇଥିଲା। ଏହି କାରଣରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୁକ୍ତ ଜୀବନସାଥୀ ମିଳିନାହିଁ। ଉପଯୁକ୍ତ ଜୀବନସାଥୀ ମିଳିଲେ ସେ ନିଶ୍ଚିତ ଭାବରେ ବିବାହ କରିବେ ବୋଲି ସ୍ୱୟଂ ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ସହ ନିଉଜ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ ।