ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍, ୬ଟି ସ୍ଥାନରେ ଚଢଉ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପ୍ରାଇଭେଟ୍ ସେକ୍ରେଟାରି (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀର ନିଳାଦ୍ରୀ ବିହାର ସ୍ଥିତ ବାସଭବନ ସମେତ କଟକ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଶ୍ରୀ ସାହୁଙ୍କ ନାମରେ ଦୁଇଟି ଦୁଇମହଲା କୋଠା ଓ ୯ଟି ପ୍ଲଟ୍ ଥିବାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ୨ ଥର ବିଦେଶ ଗସ୍ତ ଡକୁ୍ୟମେଣ୍ଟ, ଘରୁ ବିଦେଶୀ ନୋଟ ମଧ୍ୟ ଠାବ କରାଯାଇଛି । ସେହିପରି ଶ୍ରୀ ସାହୁଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଶ୍ରୀ ସାହୁଙ୍କ ଘରୁ ମଧ୍ୟ ବିପୁଳ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଛି। ଏହି ଅର୍ଥର ଗଣନା ଏବଂ ପରବର୍ତ୍ତୀ ସନ୍ଧାନ ଚାଲିଛି। ଏହି ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ତିନିଟି ଦଳ ସାମିଲ୍ ହୋଇଥିବାର ସୂଚନା ରହିଛି।
ଚଢାଉ ନେଇ ଭିଜିଲାନ୍ସ ଏସପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କଟକ, ଭୁବନେଶ୍ୱରରେ ୬ଟି ସ୍ଥାନରେ ଚଢାଉ କରାଯାଉଛି । ବିପୁଳ ପରିମାଣରେ ସୁନା ଏବଂ ଟଙ୍କା ମିଳିବା ସହ ଟଙ୍କା ଗଣା ଜାରି ରହିଛି । ପିଏସଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଏତେ ଟଙ୍କା କେଉଁଠୁ ଆସିଛି ସେନେଇ ତଦନ୍ତ କରାଯାଉଛି । ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇଛନ୍ତି କି ନାହିଁ ସେନେଇ ତଦନ୍ତ ହେବା ସହ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଏସପି ଆର. ପ୍ରକାଶ କହିଛନ୍ତି ।