ରାଜ୍ୟ କ୍ୟାବିନେଟ୍ରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ
ଏଟିଏମ୍ରେ ମିଳିବ ଚାଉଳ
ବିନା ସୁଧରେ ଚାଷୀଙ୍କୁ ମିଳିବ ଋଣ
ଓଡ଼ିଶା ଆଇଟି ନୀତି-୨୦୨୨କୁ ମୋହର
ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମାଗଣା ଜମି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୁଜାରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଏ ସମମ୍ପର୍କରେ ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପୂର୍ବାହ୍ନ ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୭ଟି ପ୍ରସ୍ତାବ ପାରିତ ହୋଇଛି ।ପାଇକ ସ୍ମାରକୀ ପାଇଁ ଜିମି ଦେଲେ ସରକାର । ବରୁଣେଇରେ ସହିଦ ସ୍ମାରକି ପାଇଁ ସରକାର ୯.୬୮ ଏକର ଜମି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏଥିସହିତ ସେହିଭଳି କ୍ୟାବିନେଟରେ ପ୍ରକଳ୍ପ ନିର୍ମାଣ ପାଇଁ ୧୪୯.୬୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁମୋଦନ ହୋଇଛି । କ୍ୟାବିନେଟ ବୈଠକରେ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ପାରିତ ହୋଇଛି । ସେହିପରି ପୁରୀ ଅବଢ଼ା’ ଯୋଜନାର ଧର୍ମାଶାଳା ନିର୍ମାଣ ପାଇଁ ୧୩୫ କୋଟି ଟଙ୍କା ଅନୁମୋଦନ ପ୍ରଦାନ କରାଯାଇଛି । ରାୟଗଡ଼ା ୧୫ଟି ପାନୀୟଜଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ହୋଇଛି ।ସେହିଭଳି ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟକୁ କ୍ୟାବିନେଟରେ ମଂଜୁରୀ ମିଳିଛି । ସେହିପରି ରାଜ୍ୟ ସରକାର ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇ ଦେବେ । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ଏହି ନିଷ୍ପତି ନିଆ ଯାଇଛି ।
ସେହିଭଳି ପଂଚାୟତି ରାଜ ଓ ପାନୀୟଜଳ ବିଭାଗ – ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ୨୪ ମାସ ମଧ୍ୟ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତାବଳୀ) ନୟମାବଳୀ-୨୦୧୨ ରୁ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକ୍ପର ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଂଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣବକ୍ଷଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି । ଏହାକୁ ୩୬ ମାସ ମଧ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ମୋଟ ଏକର ୭.୯୭୫ଡି ସରକାରୀ ଜମିକୁ ବିଡିଏକୁ ଦେବା ପାଇଁ ରାଜ୍ୟ ସରାକର ନିଷ୍ପତି ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଏକକ ୪.୧୪୮ଡି ସରକାରୀ ଜିମକୁ ଲିଜ ସୂତ୍ରେ ଏବଂ ଏକର ୩.୪୪୭ ଜିମକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁମତି ପ୍ରାପ୍ତ ଅଧିଗ୍ରହଣ ଦୋବପାଇଁ ନିଷ୍ପତି ନିଆଯାଇଛି । ଏଥିନିମନ୍ତେ ମୋଟ ୬୧୭ କୋଟି ୯୭ ହାଜର ଟଙ୍କା ରାଜସ୍ୱ ଦେୟ ଛାଡ଼ ପାଇଁ କ୍ୟାବିନେଟର ଅନୁମୋଦନ କରିଛି । ଅନ୍ୟପକ୍ଷରେ ବିଧାନସଭା ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୩୫ ଲକ୍ଷ ୪୯ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଦୁଇଟି ଖର୍ଚ୍ଚଦାବି ଉପସ୍ଥାପିତ କରିଥିଲେ । ଏଣିକି ଓଡ଼ିଶାରେ ଏଟିଏମରୁ ଲୋକଙ୍କୁ ମିଳିବ ଟଙ୍କିକିଆ ଚାଉଳ । ସେହିପରି ୨୪ ଘଂଟା ରାସନ ଯୋଗାଇ ଦେବା ଲାଗି ଅଲଟାଇମ ଗ୍ରେନ ବ୍ୟବସ୍ଥା ବା ଏଟିଜି ଯୋଜନା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଭୁବନେଶ୍ୱରରୁ ଆରମ୍ଭ ହେବ ଏହି ଯୋଜନାର ପାଇଲଟ ପ୍ରକଳ୍ପ । ଖର୍ଚ୍ଚ ଦାବି ଆଲୋଚନା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି ।
ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି । ଦିନକୁ ଦିନ ଏହି ବ୍ୟବସ୍ଥା କୁ ଅଧିକ ସରଳିକରଣ କରାଯାଉଛି । ଖାଦ୍ୟ ଓ ଶଷ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି । ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶଷ୍ୟ ମିଳିବ । ସେଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ୍ ବ୍ୟବସ୍ଥା କରାଯାଉଛି । ଏଥି ସହିତ ରାଜ୍ୟ ସରକାର ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇବେ । ସମବାୟ ବିଭାଗ ଜରିଆରେ ଚାଷୀଙ୍କୁ ଋଣ ମିଳିବ । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।