ରାଜ୍ୟରେ ମେଡିକାଲ୍ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ୧୪୫୦କୁ ବୃଦ୍ଧି
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ମେଡିକାଲ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ପୂର୍ବରୁ ରାଜ୍ୟର ଉଭୟ ସରକାରୀ ଏବଂ ଘରୋଇ ମେଡିକାଲରେ ସିଟ୍ ସଂଖ୍ୟା ୧୩୫୦ଥିବା ବେଳେ ଏବେ୧୪୫୦ ହୋଇଛି। ତେବେ ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ କରାଯିବ। ସେହିପରି ରାଜ୍ୟରେ ମେଡିକାଲ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି ହୋଇଛି। ଅନଲାଇନରେ ଆବେଦନ ସହ ଡକ୍ୟୁମେଣ୍ଟ ଯାଞ୍ଚ ଓ ଫି’ ଦାଖଲ ହେବ। ଆସନ୍ତା ୨୪ ତାରିଖରେ ପ୍ରକାଶ ପାଇବ ପ୍ରୋଭିଜନାଲ ଲିଷ୍ଟ। ଆପତ୍ତି ଅଭିଯୋଗ ପାଇଁ ୨୫ ଓ ୨୬ ଦୁଇ ଦିନର ସମୟ ଦିଆଯାଇଛି। ସେହିପରି ୨୭ ତାରିଖରେ ଫାଇନାଲ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।