ଏଣିକି ବିନା ଟିକେଟରେ କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ନୂଆଦିଲ୍ଲୀ : ଯଦି ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡୁଛି ତେବେ ବିବ୍ରତ ହେବାର କିଛି କାରଣ ନାହିଁ। ବିନା ରିଜର୍ଭେସନ ଓ ଟିକେଟ୍ରେ ବି ଆପଣ ରେଳ ଯାତ୍ରା କରିପାରିବେ। ଭାରତୀୟ ରେଳବାଇ ଖାସ ଏଭଳି ପରିସ୍ଥିତି ନିମନ୍ତେ ନୂଆ ବ୍ୟବସ୍ଥା କରିଛନ୍ତି। ଆଗରୁ ଏପରି ପରିସ୍ଥିତିରେ ଲୋକେ ତତ୍କାଳ ଟିକେଟ୍ କରୁଥିଲେ। ହେଲେ ଏହାବି ଏତେ ସୁବିଧାଜନକ ନଥିଲା। ହେଲେ ନୂଆ ବ୍ୟବସ୍ଥା ତତ୍କାଳ ଠାରୁ ମଧ୍ୟ ଅଧିକ ସୁବିଧାଜନକ। ଆସନ୍ତୁ ଜାଣିବା କରିବାକୁ ହେବ କଣ ?
ଆପଣଙ୍କୁ ଯଦି ଜରୁରି ଯାତ୍ରା କରିବାର ଅଛି ଓ ଟିକେଟ୍ ଆଗରୁ କରି ନଥିଲେ ତେବେ କେବଳ ପ୍ଲାଟଫର୍ମ ଟିକେଟ୍ କିଣି ଟ୍ରେନରେ ଚଢ଼ି ଯାଆନ୍ତୁ। ଟ୍ରେନରେ ଆପଣ ଟିକେଟ୍ ଚେକରଙ୍କ ନିକଟକୁ ଯାଇ ନିଜର ଗନ୍ତବ୍ୟ ଅନୁସାରେ ରେଳ ଭଡା ପୈଠ କରି ଟିକେଟ କରିନିଅନ୍ତୁ ଓ ବେଶ୍ ଆରାମାରେ ଗନ୍ତବ୍ୟରେ ପହଞ୍ଚନ୍ତୁ। ରେଳବାଇ ଏହି ଖାସ ନିୟମ କରିଛନ୍ତି। ପ୍ଲାଟଫର୍ମ ଟିକେଟ ନେଇ ଟିଟିଇଙ୍କୁ ଭେଟନ୍ତୁ, ସେ ଆପଣଙ୍କ ଗନ୍ତବ୍ୟ ଅନୁସାରେ ଟିକେଟ କରାଇଦେବେ।
ଏପରି ଯାତ୍ରା କାଳରେ ଯଦି ଟ୍ରେନରେ ଆସନ ଖାଲି ନଥାଏ ତେବେ ଟିଟିଇ ହୁଏତ ଆପଣଙ୍କୁ ସଂରକ୍ଷିତ ସିଟ୍ ଦେଇ ନପାରନ୍ତି, ହେଲେ ଗନ୍ତବ୍ୟରେ ଯାତ୍ରା ନିମନ୍ତେ ପୁରା ବନ୍ଦୋବସ୍ତ କରିଦେବେ। ଏଥିଲାଗି ଟିଟିଇ ଆପଣଙ୍କଠାରୁ ପେନାଲ୍ଟି ଆଦାୟ କରିପାରନ୍ତି। ହେଲେ ଏହି ପେନାଲ୍ଟି ଆପଣଙ୍କ ଯାତ୍ରା ପରିସ୍ଥିତି ତୁଳନାରେ ଅତ୍ୟନ୍ତ ନଗଣ୍ୟ। ଏଥିଲାଗି ହୁଏତ ଆପଣଙ୍କୁ ୨୫୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ପଡିପାରେ। ଏଥିରେ ଟିଟିଇ ଆପଣଙ୍କ ଠାରୁ ଅଧିକ ଭଡ଼ା ମଧ୍ୟ ଆଦାୟ କରିବେନି। ଆପଣ ଯେଉଁ ଶ୍ରଣୀରେ ଯାତ୍ରା କରୁଛନ୍ତି ଟିଟିଇ ସେଇ ଶ୍ରେଣୀର ଟିକେଟ ଦର ଆପଣଙ୍କ ଠାରୁ ଅସୁଲ କରିବେ।