ଯୁକ୍ତ୨ ପରୀକ୍ଷା ଫଳ : ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ବାଲେଶ୍ବର : ଚଳିତ ବର୍ଷ +୨ କାଉନସିଲ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହ ଜନକ ଫଳାଫଳ ପ୍ରଦର୍ଶନ କରିଛନ୍ତି। ବିଜ୍ଞାନ ରେ ମହାବିଦ୍ୟାଳୟ ର ସର୍ବମୋଟ ୯୯% ଛାତ୍ର ଛାତ୍ରୀ ପାସ କରି ଥିବା ବେଳେ ବାଣିଜ୍ୟ ରେ ୯୭% ଛାତ୍ର ଛାତ୍ରୀ ପାସ କରିଛନ୍ତି। ବିଜ୍ଞାନ ରେ ୪୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ୩୬୦ ଜଣ ପ୍ରଥମ ଶ୍ରେଣୀ,୫୬ ଜଣ ଦ୍ବିତୀୟ ଶ୍ରେଣୀ, ୪ଜଣ ତୃତୀୟ ଶ୍ରେଣୀ ରେ ପାସ ହୋଇଥିବା ବେଳେ ୪ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ସେହିପରି ବାଣିଜ୍ୟ ରେ ୨୭୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୭୦ ଜଣ ପ୍ରଥମ ଶ୍ରେଣୀ,୫୩ ଜଣ ଦ୍ବିତୀୟ ଶ୍ରେଣୀ,୪୧ ଜଣ ତୃତୀୟ ଶ୍ରେଣୀ ରେ ପାସ କରି ଥିବା ବେଳେ ୮ ଜଣ ଛାତ୍ର ଛାତ୍ରୀ ମାନେ ଫେଲ ହୋଇଛନ୍ତି। ବିଜ୍ଞାନ ରେ କୀର୍ତ୍ତି ବେହେରା ୫୬୯ ମାର୍କ,୯୫% ଓ ବାଣିଜ୍ୟ ରେ ଦର୍ଶନ ମହାନ୍ତି ୫୬୯ ମାର୍କ,୯୫% ରଖି ମହାବିଦ୍ୟାଳୟ ର ଟପର ହୋଇଛନ୍ତି। ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ରେ ବର୍ଷା ତ୍ରିପାଠୀ ୫୬୬ ମାର୍କ,ଦିପ୍ତେଶ କୁମାର ପଣ୍ଡା ୫୫୨,ନିହାର ରଞ୍ଜନ ଦାସ ୫୫୦, ରାଜେନ୍ଦ୍ର କୁମାର ସାହୁ ୫୪୮ ଓ ଜୀବନ ଜ୍ୟୋତି ଗିରି ୫୪୭ ମାର୍କ ରଖି ଶ୍ରେଷ୍ଠ ଦଶ ଜଣ ଟପର ଙ୍କ ମଧ୍ୟ ରେ ସ୍ଥାନ ପାଇଛନ୍ତି। ସେହି ପରି ବାଣିଜ୍ୟ ରେ ମହାବିଦ୍ୟାଳୟ ର ପୁରୁଷୋତ୍ତମ ପେରିୱାଲ ୫୫୫ ମାର୍କ , କ୍ରିଷ୍ଣା ଚାନ୍ଦକ ୫୫୧, ପ୍ରଭାଂଶୁ ପରିଡ଼ା ୫୪୭,କେଶବ ଲାଧା ଓ ଗିରିଧାରୀ ଜେନା ୫୪୪ ମାର୍କ ରଖି ଶ୍ରେଷ୍ଠ ଦଶ ଜଣ ଟପର ଙ୍କ ମଧ୍ୟ ରେ ସ୍ଥାନ ପାଇଛନ୍ତି। ୫୦୦ ରୁ ଉର୍ଦ୍ଧ୍ବ ମାର୍କ ଉଭୟ ବିଜ୍ଞାନ ଓ ବାଣିଜ୍ୟ ରେ ଅନେକ ଛାତ୍ର ଛାତ୍ରୀ ରଖି କୃତ କାର୍ଯ୍ୟ ହେଇଛନ୍ତି। ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ରଣା, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।