ଏନଆଇଏ ଆତଙ୍କୀ ଷଡ଼ଯନ୍ତ୍ର ମାମଲା, ଜଣେ ଆତଙ୍କବାଦୀକୁ ଗିରଫ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଏନଆଇଏ ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଯାହାର ପରିଚୟ କୁପଓ୍ବାଡ଼ା ଜିଲ୍ଲାର ମହମ୍ମଦ ଉବେଦ ମଲିକ ଭାବରେ ଜଣାପଡ଼ିଛି। ତା ନିକଟରୁ ମିଳିଥିବା ଦସ୍ତାବିଜ୍ରୁ କୌଣସି ବଡ଼ ଷଡ଼ଯନ୍ତ୍ର କରିବାକୁ ଯାଉଥିଲା ବୋଲି କହିଛି ଏନଆଇଏ। ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଜୈଶ କମାଣ୍ଡରର ଲଗାତାର ସଂପର୍କରେ ଥିଲା। ଯାଞ୍ଚରେ ସାମ୍ନାକୁ ଆସିଛି ଯେ ଏହି ପାକିସ୍ତନାରେ ଥିବା କମାଣ୍ଡରକୁ ସୈନଞ ଏବଂ ସୁରକ୍ଷା ବଳକୁ ବିଷୟରେ ସୂଚନା ଯୋଗାଉଥିଲା।
ପ୍ରକୃତରେ ଜୁନ୍ ୨୦୨୨ରେ ଘାଟିରେ ଆତଙ୍କୀ ଷଡ଼ଯନ୍ତ୍ରକୁ ନେଇ ଏନଆଇକୁ ଏକ ଏଫଆଇଆର ରୁଜୁ ହୋଇଥିଲା। ଏଫଆଇଆର ଘାଟିରେ ଭିନ୍ନ ଭିନ୍ନ ଆତଙ୍କବାଦ ସଂଗଠନ ଦ୍ବାରା ପାକିସ୍ତାନୀ କମାଣ୍ଡର ସହାୟତାରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଥିବା ନେଇ ରୁଜୁ କରାଯାଇଥିଲା। ଯେଉଁଥିରେ ଡ୍ରଗ୍ସ, ଟଙ୍କା, ହତିଆର, ଆଇଡି, ରିମୋଟ କଣ୍ଟେ୍ରାଲ ଅପରେଟ ଷ୍ଟିକି ବୋମା ଏବଂ ମ୍ୟାଗ୍ନେଟିକ୍ ବମ୍ ଏକାଠି କରି ଆତଙ୍କି ଷଡ଼ଯନ୍ତ୍ର ରଚିବା ନେଇ କୁହାଯାଉଥିଲା।
ଏନଆଇଏ ଅନୁଯାୟୀ, ପାକିସ୍ତାନରୁ ଡ୍ରୋନ୍ ଦ୍ବାରା ଲଗାତାର ଆଇଡି ଏବଂ ବିସ୍ଫୋରକ ଭାରତକୁ ପଠାଯାଉଥିଲା ଏବଂ ସ୍ଥାନୀୟ ଭାବରେ ଏହାକୁ ପ୍ରସ୍ତୁତ କରାଯାଉଥିଲା। ଏହାର ବ୍ୟବହାର ଘାଟିରେ ସୁରକ୍ଷା ବଳ ଏବଂ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ କରାଯାଇଥିଲା। ଏହି ଷଡ଼ଯନ୍ତ୍ର ପାଇଁ ସୋସିଆଲ ମିଡିଆରେ କୋଡ ଭାଷାରେ କଥାବାର୍ତ୍ତା କରାଯାଉଥିଲା। ଏମିତି କରି ଭାରତରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ଏବଂ ଆତଙ୍କୀ ଷଡ଼ଯନ୍ତ୍ର ଦ୍ବାରା ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ଥିଲା।