ଐତିହ୍ୟସ୍ଥଳୀ ଗୁଡ଼ିକୁ ଲିଜ୍ ଦେବା ଖବର ମିଥ୍ୟା ଓ ମନଗଢ଼ା : ପିଆଇବି
ନୂଆଦିଲ୍ଲୀ : ଦେଶର ୧୦୦ଐତିହ୍ୟ ସ୍ଥଳୀକୁ କେନ୍ଦ୍ରସରକାର ଲିଜ୍ ଦେବେ ବୋଲି କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରାଯାଇଛି । ପିଆଇବି ପକ୍ଷରୁ ଏହା ଏକ ମିଥ୍ୟା ଓ ମନଗଢ଼ା ଖବର ବୋଲି ଦର୍ଶାଯାଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନା ଯେ, ଦେଶର ପ୍ରାୟ୧୦୦ ଐତିହାସିକ ଭବନ ଯେଉଁଥିରେ ତାଜମହଲ, କାଙ୍ଗଡାମହଲ, ମୁମ୍ବାଇ ସ୍ଥିତ ବୌଦ୍ଧ କନେରୀ ସାମିଲ ରହିଛି । ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ବିରାସତ ଅପନାଏ ଯୋଜନାରେ ଲିଜରେ ପ୍ରଦାନ କରାଯାଇଛି । ସରକାର ଏହାକୁ ୫ ବର୍ଷ ପାଇଁ ଏକ ସିମେଣ୍ଟ କମ୍ପାନୀକୁ ପ୍ରଦାନ କରିଛନ୍ତି । ଯେଉଁଥିରୁ ୨୫ କୋଟି ଟଙ୍କା ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଦିଲ୍ଲୀ ମ୍ୟୁନିସିପାଲ କମିଟି, ଲୋଧୀ ଗାର୍ଡେନକୁ ମଧ୍ୟ ଲିଜରେ ଦେବା ପାଇଁ ବିଚାର କରାଯାଉଛି । ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ସ୍ପୋର୍ଟସ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହାକୁ ଲିଜରେ ନେବା ପାଇଁ ଉତ୍ସାହ ଦେଖାଇଛନ୍ତି । ଏଥିପାଇଁ ଅନ୍ୟ ସ୍ପୋର୍ଟସ୍ ଷ୍ଟାଡିୟମ ଓ କମ୍ପେ୍ଲକ୍ସକୁ ସରକାର ଲିଜରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପେ୍ଲକ୍ସ, ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ସ୍ୱିମିଂ ପୁଲ କମ୍ପେ୍ଲକ୍ସ, ଜବାହାରଲାଲନେହେରୁ ଷ୍ଟାଡିୟମ ସରକାରଙ୍କ ତାଲିକାରେ ସବୁଠୁ ଉପରେ ରହିଛି । ଏହାମଧ୍ୟରୁ ଅଧିକାଂଶ ଷ୍ଟାଡିୟମ ବର୍ଷ ସାରା ଖାଲି ପଡିଥାଏ । ଏହାର ଦେଖାରଖା ମଧ୍ୟ କରିବାକୁ ହୋଇଥାଏ । କ୍ରୀଡା ମନ୍ତ୍ରାଳୟର କହିବାନୁସାରେ, ସ୍ପୋର୍ଟସ୍ କମ୍ପେ୍ଲକ୍ସକୁ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉ ନାହିଁ । ଏହା ସରକାରଙ୍କ ରାଜକୋଷ ଉପରେ ବୋଝ ପାଲଟିଛି । ଘରୋଇ କମ୍ପାନୀ ଏହାକୁ ଲିଜରେ ନେଇଏହାର ବ୍ୟବହାର କରିବେ । ଏହି ସବୁକୁ ୩୦ ବର୍ଷ ପାଇଁ ଲିଜରେ ଦିଆଯିବ ବୋଲି ମନ୍ତ୍ରାଳୟ କହିଥିବା ନେଇ କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମାତ୍ର ଏହି ଖବରକୁ ଖଣ୍ଡନ କରି ଏହା ମିଥ୍ୟା ଓ ମନଗଢ଼ା ବୋଲି ପିଆଇବି ପକ୍ଷରୁ କୁହାଯାଇଛି ।