ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି

- ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ ହୋଇଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ରାଜ୍ୟ ବାହାରର ଭକ୍ତ ମାନେ ଆରଟିପିସିଆର କୋଭିଡ ନେଗେଟିଭ ସାର୍ଟିଫିକେଟ କିମ୍ବା ଟିକାର ଦୁଇଟି ଡୋଜ ନେବାର ପ୍ରମାଣ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ । ଏହାଛଡା ଭକ୍ତ ମାନେ ହାତ ସାନି ଟାଇଜ କରିବା ଓ ନିୟମକୁ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ପରିଚୟପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ହୋଇଥିବା କିଓସ୍କୋରେ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ ନିଜର ଫଟୋଗ୍ରାଫି କରିବା ସହ ହାତକୁ ସାନିଟାଇଜ କରିବେ । କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ କରୋନାର ଦୁଇଟି ପର୍ଯ୍ୟାୟ ଟିକାକରଣ ନେଇଥିବେ ସେମାନେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ । ତେବେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ତିନୋଟି ଟିମ ରହି କୋଭି ଗାଇଡଲାଇନ କିଭଳି ଅନୁପାଳନ ହୋଇପାରିବ ସେନେଇ ଅନୁଧ୍ୟାନ କରିବେ ।

ସୂଚନା ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଶନିବାର ଓ ରବିଦାର ଦିନ ଶ୍ରୀମନ୍ଦିର ଦର୍ଶନକୁ ବାରଣ କରାଯାଇଛି । ଏହିପରିପେକ୍ଷୀରେ ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ବିଶୋଧନ କରାଯାଇଥିଲା । ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ମନ୍ଦିର ସାନିଟାଇଜ କରାଯାଇଥିଲା। ସେହିପରି ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ।