ବାଲେଶ୍ୱର ରୋଟାରୀ କ୍ଲବ ଦ୍ୱାରା ନେସନ ବିଲଡର ଆୱାର୍ଡ଼ ପ୍ରଦାନ ଉତ୍ସବ ପାଳିତ

- ୧୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାନପତ୍ର ସହିତ ଉପଢ଼ୌକନ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ଦ୍ୱାରା ନେସନ ବିଲଡର ଆୱାର୍ଡ଼ ଉତ୍ସବ ପାଳିତ ହୋଇଯାଇଛି । ସେହିପରି କ୍ଲବର ପ୍ରେକ୍ଷା ଗୃହରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅବସରରେ ଇଞ୍ଜିନିୟର୍ସ ଦିବସ ମଧ୍ୟ ପାଳିତ ହୋଇଛି ।
ସଂଯୋଜକ ନିକୁଞ୍ଜ କିଶୋର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ରୋ. ପ୍ରଦୀପ୍ତ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ ଯୋଗଦେଇ ଦେଶ ଗଠନରେ ବ୍ରତୀ ୧୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାନପତ୍ର ସହିତ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । କ୍ଲବର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସ କରିଥିଲେ । ଦେଶ ଗଠନରେ ଶିକ୍ଷକ ସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ କ୍ଲବର ଏତାଦୃଶ କାର୍ଯ୍ୟକ୍ରମ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ରୋଟାରୀ ଜିଲା ୩୨୬୨ର ପୂର୍ବତନ ପ୍ରାନ୍ତପାଳ ରୋ. ଶାନ୍ତନୁ କୁମାର ପାଣି ଯୋଗଦେଇ ଦେଶର ଆଗାମୀ ଶିକ୍ଷାନୀତିକୁ ରୋଟାରୀ ସଂଗଠନ ଦ୍ୱାରା କିପରି ଭାବେ ପାଳିତ ହେବାକୁ ଯାଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କ୍ଲବର ବରିଷ୍ଠ ସଦସ୍ୟ ସୁବ୍ରତ କୁମାର କର, ଦେବେନ୍ଦ୍ର କୁମାର ଧଳ, ଉଦୟ ରଞ୍ଜନ ଦାସ, ବିଷ୍ଣୁଦାସ କୁଣ୍ଡୁ, ଲକ୍ଷ୍ମୀପ୍ରିୟା ଜେନା, ସୌରଭ ବେହେରା, ଭାବଗ୍ରାହୀ ମହାନ୍ତି, ଏସ୍ ନନ୍ଦ, ସୁମନ୍ତ ସାହୁ, କ୍ଷେତ୍ରମୋହନ ମହାପାତ୍ର, ସୁଖମୟ ଦାସ, ଉମାକାନ୍ତ ମିଶ୍ର, ନନ୍ଦକିଶୋର ମହାନ୍ତି, ଶିରିଶ ଜେନା, ବିକ୍ରମ କର, ପଙ୍କଜ ଜେନା, ସନ୍ତୋଷ ନାହାକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କ୍ଲବର ସଂପାଦକ ସୁଧାଂଶୁ ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ ।