ଅଗଷ୍ଟ ପହିଲାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ !

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମହାମାରୀ କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅଗଷ୍ଟ ପହିଲାରୁ ଖୋଲିବାକୁ ଯାଉଛି । କରୋନା ଭୁତାଣୁ ପାଇଁ ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କୁ ରଖାଯାଇଥିବା ଏନକ୍ଲୋଜରକୁ ପର୍ଯ୍ୟଟକଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ । ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, କୋଭିଡ୍ ନିୟମାବଳି ମାନି ନନ୍ଦନକାନନ ଖୋଲାଯିବ ଏବଂ ସବୁ ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବ । ସାମାଜିକ ଦୂରତା ବଜାୟ ରହିବା ସହିତ ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏହାସହ ଯେଉଁମାନଙ୍କର ଥଣ୍ଡା, କାଶ ହେଉଥିବ, ସେମାନଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।