ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଷ୍ଟେଟ୍ ବଟାନିକାଲ ଗାର୍ଡେନ ସମୟ ! ଯିବା ପୂର୍ବରୁ ଏଠାରେ ଚେକ କରନ୍ତୁ
ଭୁବନେଶ୍ୱର : ଆସନ୍ତା ଶୀତଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଷ୍ଟେଟ୍ ବଟାନିକାଲ ଗାର୍ଡେନ ପାଇଁ ନୂଆ ସମୟ ନିର୍ଦ୍ଧାରିତ କରାଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି ।
ନୂଆ ସମୟ ଅନୂଯାୟୀ ସାପ୍ତାହିକ ସୋମବାରକୁ ଛାଡ଼ି ଅନ୍ୟ ଦିନରେ ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ଖୋଲାରହିବ । ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ । ପୂର୍ବରୁ ସକାଳ ୮ଟାରୁ ସନ୍ଧ୍ୟା ୬ ଟା ଥିବା ବେଳେ ଶୀତଦିନ ପାଇଁ ଏହି ସମୟକୁ ଏକ ଘଣ୍ଟା କମ୍ କରାଯାଇଛି । ତେବେ ଏହି ନିୟମ ୧ ଅକ୍ଟୋବର ୨୦୨୨ ଠାରୁ ଆସନ୍ତା ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ ।