ଛତୁ ଚପ୍
କଢ଼ ଛତୁ ୧୦୦ ଗ୍ରାମ ନେଇ ଗରମ ପାଣିରେ ପକାଇବେ । ଏହାକୁ ୫ ମିନିଟ୍ ରଖିବେ ଏବଂ ବାହାର କରି ଚିପୁଡ଼ି ଦେବେ । ଏଥିରେ ଅଳ୍ପ ଲେମ୍ବୁରସ, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ କିଛି ସମୟ ଛାଡ଼ିଦେବେ । ମଇଦା, କର୍ଣ୍ଣଫ୍ଲୋର ଓ ଲୁଣ ମିଶାଇ ଏକ ମିଶ୍ରଣ ତିଆରି କରିବେ । ଏଥିରେ ଅଳ୍ପ ଲଙ୍କାଗୁଣ୍ଡ ମିଶାଇଲେ ଭଲ । ଏହି ମିଶ୍ରଣରେ ଛତୁକୁ ବୁଡ଼ାଇ ଛାଣିବେ ଏବଂ ସସ୍ ସହିତ ଖାଇବାକୁ ଦେବେ