ବାଜିଲା ପୌର ନିର୍ବାଚନ ବିଗୁଲ! ମାର୍ଚ୍ଚ ୨୪ରେ ଭୋଟ, ୨୬ରେ ଗଣତି
ଭୁବନେଶ୍ୱର : ରାଜ୍ୟରେ ମାର୍ଚ୍ଚରେ ୨୪ରେ ହେବ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସେହିପରି ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।
୧୦୬ ମ୍ୟୁନିସିପାଲଟି, ଏନଏସି ଏବଂ ୩ଟି ମହାନଗରରେ ହେବ ନିର୍ବାଚନ । ଅଦାଲତି କାରଣ ଯୋଗୁଁ ପୁରୀ ମ୍ୟୁନିସିପାଲିଟି ପାଇଁ ନିର୍ବାଚନ ହେବ ନାହିଁ । ୪୭ଟି ମ୍ୟୁନିସପାଲିଟି ଓ ୫୯ ଏନଏସି ପାଇଁ ନିଆଯିବ ଭୋଟ୍ । ମ୍ୟୁନିସପାଲିଟି ଓ ଏନଏସିର ମୋଟ୍ ୧୭୬୩ ୱାର୍ଡରେ ହେବ ଭୋଟ୍ । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନିର୍ବାଚନ ପାଇଁ ଏହି ମାସ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୪୧ ଲକ୍ଷ ସହରାଞ୍ଚଳ ଭୋଟର ନିର୍ବାଚନରେ ଭୋଟ ଦେବେ । ସେହିପରି ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଅଥାର୍ତ ଏହି ପଦ ପାଇଁ ସିଧାସଳଖ ଭୋଟ ଦେବେ ଭୋଟର । ଯେଉଁଥିପାଇଁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ । ଗୋଟିଏ ଇଭିଏମରେ କର୍ପୋରେଟର /କାଉନସିଲରଙ୍କ ପାଇଁ ଭୋଟ ପଡିବ । ଅନ୍ୟ ଇଭିଏମରେ ପୌରସଂସ୍ଥାର ଅଧ୍ୟତ୍ତ୍ୱକ୍ଷ/ମେୟର ପଦ ପାଇଁ ଭୋଟ ଦେବେ ଭୋଟର । ପ୍ରଥମ ଥର ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ଚଳିତ ଥର ପ୍ରାର୍ଥୀ ମାନେ ୨ଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ।
ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨
ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨
୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର, ସରକାରୀ ଛୁଟିଦିନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବନି
ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨
ଫଳାଫଳ : ୨୬ ମାର୍ଚ୍ଚ ୨୦୨୨
ଉପାଧ୍ୟକ୍ଷ : ୭ ଏପ୍ରିଲ ୨୦୨୨
ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨