ମାସକ ପାଇଁ ମୁମ୍ବାଇ-ଅହମଦାବାଦ ତେଜସ୍ ଏକ୍ସପ୍ରେସ୍ ବାତିଲ୍
ମୁମ୍ବାଇ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବାତିଲ ହେଲା ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ୍ ଏକ୍ସପ୍ରେସ୍ । ଆଜିଠାରୁ ମାସେ ପର୍ଯ୍ୟନ୍ତ ଚଳାଚଳକୁ ବାତିଲ କରିଦିଆଯାଇଛି । ପଶ୍ଚିମ ରେଳପଥର ମୁମ୍ବାଇ ଜୋନ୍ ଡିଭିଜନାଲ ମ୍ୟାନେଜର ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କରୋନା ମାହାମାରୀ ପାଇଁ ଉଭୟ ମହାରାଷ୍ଟ୍ର ଓ ଗୁଜରାଟର କିଛି ସହରରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି ।
ଟ୍ରେନ୍ ନମ୍ବର ୮୩୯୦୨/୮୨୯୦୧ ଅମହମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ-ଅହମଦାବାଦ ତେଜସ୍ ଏକ୍ସପ୍ରେସ୍ ୨୦୨୧ ଏପ୍ରିଲ ୨ ତାରିଖ ଠାରୁ ଏକ ମାସ ପାଇଁ ବନ୍ଦ ରହିବ । ଉଭୟ ମହାରାଷ୍ଟ୍ର ଓ ଗୁଜରାଟର କିଛି ସହରରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥାଇପାରେ ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି । ସୂଚନା ଯେ, ରେଳବାଇ କର୍ତ୍ତୃପକ୍ଷ ମୁମ୍ବାଇ ସେଣ୍ଟ୍ରାଲ-ଅହମଦାବାଦ ତେଜସ୍ ଏକ୍ସପ୍ରେସକୁ ୨୦୨୧ ଫେବ୍ରୁଆରୀ ୧୪ ତାରିଖ ଠାରୁ ସପ୍ତାହକୁ ୪ ଦିନ ପରିଚାଳନା କରୁଥିଲେ । କରୋନା ସଂକ୍ରମଣ ବଢ଼ିବା ପରେ ଗତବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ସେବା ନଭେମ୍ବର ୨୪ରେ ବାତିଲ୍ କରିଦେଇଥିଲେ ।