ଘୁଞ୍ଚିଲା ଯୁକ୍ତ୨ ତତ୍କାଳ ପରୀକ୍ଷା ଆବେଦନ
ଠିକ୍ ସମୟରେ ହେବ ପରୀକ୍ଷା
ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ତତ୍କାଳ ପରୀକ୍ଷା ପାଇଁ ଆବେଦନ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଗତ ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ୨୪ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୨୯ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହିମାସ ୨୯ରୁ ସେପ୍ଟେମ୍ବର ୨ ମଧ୍ୟରେ ପରୀକ୍ଷା ଫି’ ଦାଖଲ କରିବାକୁ ପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ କେବଳ ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି, ସେମାନେ ତତ୍କାଳ ପରୀକ୍ଷା ଦେଇପାରିବେ। ତେବେ ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ବର ୧୩ ଓ ୧୪ରେ ପରୀକ୍ଷା ହେବ । ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।