ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ୨୪ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି
ନୂଆଦିଲ୍ଲୀ : ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକୁ ସହାୟତା ଭାବେ ମାଗଣାରେ କୋଭିଡ ଟିକା ଉପଲବ୍ଧ କରାଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକ ସିଧାସଳଖ ଟିକା ଖରିଦ କରିବା ନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ମେ ୧, ୨୦୨୧ରୁ କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ଆରମ୍ଭ ହୋଇଛି । ଏହି ରଣନୀତି ଅନୁଯାୟୀ ପ୍ରତି ମାସରେ ଭାରତ ସରକାର କେନ୍ଦୀୟ ଔଷଧ ଗବେଷଣାଗାର (ସିଡିଏଲ) ମଂଜୁରିପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ । ଭାରତ ସରକାର ଉଭୟ ବିନା ମୂଲ୍ୟରେ ଏବଂ ସିଧାସଳଖ ରାଜ୍ୟ ଗୁଡ଼ିକ ଦ୍ୱାରା ଖରିଦ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୨୪ କୋଟି ଡୋଜରୁ ଅଧିକ ଟିକା (୨୪,୧୭,୧୧,୭୫୦) ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକୁ ଉପଲବ୍ଧ କରାଇଛନ୍ତି । ଏଥିରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୧,୯୬,୪୯,୨୮୦ ଡୋଜ୍ ଟିକା ବିନିଯୋଗ କରାଯାଇପାରିଛି । ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକ ନିକଟରେ ଏବେ ୧.୬୪ କୋଟି ଡୋଜରୁ ଅଧିକ (୨,୨୦,୬୨,୪୭୦) ଟିକା ବିନିଯୋଗ ପାଇଁ ଉପଲବ୍ଧ ରହିଛି ।